ଅନୁମତି ମିଳିଲେ RMRCରେ ମଙ୍କିପକ୍ସ ଟେଷ୍ଟିଂ କରାଯିବ: ସଂଘମିତ୍ରା ପତି

add-all

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇପାରିବ ମଙ୍କିପକ୍ସ ଟେଷ୍ଟିଂ। ଏଥିପାଇଁ ଅନୁମତି ମିଳିବା ପରେ ଭୁବନେଶ୍ୱର RMRCରେ ମଙ୍କିପକ୍ସ ଟେଷ୍ଟିଂ କରାଯିବ। ଏ ନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି।ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ RMRCକୁ ମଙ୍କିପକ୍ସ ଟେଷ୍ଟିଂ ଲ୍ୟାବରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏନେଇ ICMR, ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁମତି ମଗାଯିବ। ଆସନ୍ତାକାଲି ରାଜ୍ୟ ସରକାର ଚିଠି କରିବେ। ଅନୁମତି ମିଳିଲେ ଖୁବଶୀଘ୍ର ମଙ୍କିପକ୍ସର ଟେଷ୍ଟିଂ ହେବ ବୋଲି RMRCର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।

ଓଡ଼ିଶାରେ ମଙ୍କିପକ୍ସ ଚିହ୍ନଟ ହୋଇନଥିଲେ ପଡ଼ୋଶୀ ରାଜ୍ୟର ପଦଚିହ୍ନ ଦେଖିବାକୁ ମିଳିଲାଣି। ଯାହାକୁ ନେଇ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଗାଇଡ୍‌ଲାଇନ୍‌ ଜାରିକରିଛନ୍ତି।

ସେପଟେ କିନ୍ତୁ ମଙ୍କିପକ୍ସକୁ ନେଇ ଆସିଛି ଖୁସି ଖବର। ଭାରତରେ ଚିହ୍ନଟ ହୋଇଥିବର ପ୍ରଥର ମଙ୍କିପକ୍ସ ରୋଗୀ ଶନିବାର ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ। କେରଳର କୋଲାମରେ ରହୁଥିବା ଏହି ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.