କାଲୁଗୁଡ଼ା ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣରେ କଇଁଛ ଚୋରା କାରବାର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ କାଲୁଗୁଡ଼ା ଗ୍ରାମ ପାର୍ଶ୍ଵରେ ଥିବା ପଡ଼ିଆ ପାଖରେ ଆଜି 10 ରୁ 12 ବସ୍ତା କଇଁଛ ର ବେଆଇନ ଭାବେ କଳା କାରବାର ହେଉଥିଲା । ସୂଚନା ପାଇ MV79 ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ ଙ୍କ ଆଦେଶ କ୍ରମେ ଫୋରେଷ୍ଟର ମୁରୁଲୀଧର ଅନୁଗୁଳିଆ ଙ୍କ ସହ ଏକ ଟିମ ଉକ୍ତ ସ୍ଥାନକୁ ଯାଇ ସନ୍ଧାନ କରିବା ପୂର୍ବରୁ କଳା ବେପାରୀ ମାନେ କଇଁଛକୁ ଆଗୁଆ ଗାଏବ କରି ଦେଇଥିଲେ । ସୂଚନା ମୁତାବକ ଆନ୍ଧ୍ରର ଶେଖର ରେଡ୍ଡୀ ନାମକ ଜଣେ କଳା ବଜାରୀ ଦୀର୍ଘ ଦିନ ହେବ କାଲିମେଳା ଅଞ୍ଚଳରେ ବେଆଇନ ଭାବେ କଇଁଛ ବେପାର କରୁଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ଗତ ତିନି ମାସ ପୂର୍ବରୁ MV 72 ର ଉଦୟ ନାମକ ଏହାର ଏକ ସହଯୋଗୀ କୁ ବିପୁଳ ପରିମାଣରେ କଇଁଛ ସହ ବୋଲେରୋ ପିକ ଅପ ସହ ବନ ବିଭାଗ ଧରିଥିଲା । ମାତ୍ର କେଇଟା ଦିନ ମଧ୍ୟରେ କଳା ବେପାରୀଙ୍କ ସାହସ ଏପରି ବଢ଼ିବାରେ ଲାଗିଛି ଯେ ଦିନ ଦିପହରେ ବେଆଇନ ଭାବେ କଇଁଛ ବେପାର କରୁଛନ୍ତି ।

ad-week
Leave A Reply

Your email address will not be published.