ଘରୋଇ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡ, ୧୦ ମୃତ

add-all

ଭୋପାଳ: ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅପରାହ୍ଣରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ।
ଏଠାରେ ଦମୋହ ନାକା ପାଖରେ ଥିବା ନ୍ୟୁ ଲାଇଫ ମଲ୍‌ଟିସ୍ପେଶାଲିଟି ହସ୍‌ପିଟାଲ୍‌ରେ ଘଟିଛି ଅଗ୍ନିକାଣ୍ଡ। ଖବର ଲେଖାଯିବା ବେଳକୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛି।
ଜବଲପୁର ଜିଲ୍ଲା ଆଲିଆ ରାଜା କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଶର୍ଟ ସର୍କିଟ୍ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଥିବା କୁହାଯାଉଛି। ତଳ ମହଲାରେ ଶର୍ଟ ସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଡାକ୍ତରଖାନାର ପୂରା ତିନି ମହଲାକୁ ବ୍ୟାପୀ ଯାଇଥିଲା। ନିଆଁ ଲିଭା କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ଡାକ୍ତରଖାନା ଭିତରେ ଆଉ କିଛି ଲୋକ ଫସି ରହିଥିବା କୁହାଯାଉଛି।

ad-week
Leave A Reply

Your email address will not be published.