ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ୭ ଛୁଇଁଲା ସଂଖ୍ୟା

add-all

ଥିରୁବନ୍ତପୁରମ୍‌: ମାଡି ଚାଲିଛି ମଙ୍କିପକ୍ସ ଭୂତାଣୁ। କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ୩୦ ବର୍ଷିୟ ଯୁବକ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିବା ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ସୂଚନା ଦେଇଛନ୍ତି।
ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର। ସେ ୨୭ ଜୁଲାଇରେ ୟୁଏଇରୁ କୋଝିକୋଡ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଆସିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ଏହାପରେ ବିମାନ ବନ୍ଦରରେ ତାଙ୍କ ଟେଷ୍ଟିଂ କରାଯାଇଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।
ମଙ୍କିପକ୍ସ ଲକ୍ଷଣ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ରାଜ୍ୟର ଥ୍ରୀସୁର ଜିଲ୍ଲାରେ କୋଡିଏ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରୁ ମୁକ୍ତ କରାଯାଇଥିବା ଅଧିକାରୀମାନେ ସୋମବାର କହିଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମଙ୍କିପକ୍ସର ଏହା ୫ମ ମାମଲା। ସେହିପରୁ ପୂରା ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।
ସୋମବାର ଦିଲ୍ଲରୁ ଜଣେ ୩୫ ବର୍ଷିୟ ନାଇଜେରିଆ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହୋଇଥିଲା ଖବର ସାମ୍ନାକୁ ଆସିଥିଲା। ସେହିପରି ରାଜସ୍ଥାନରେ ମଧ୍ୟ ଜଣେ ବର୍ଷିୟ ଯୁବକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଉକ୍ତ ଯୁବକ ଗତ ୪ ଦିନ ହେବ ଜ୍ୱରରେ ପୀଡିତ ଥିଲେ। ଏଥିସହ ତାଙ୍କ ଦେହସାରା ଘା’ ମଧ୍ୟ ହୋଇଯାଇଥିଲା। ଏହାପରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।
ଦେଶରେ ବଢ଼ୁଥିବା ମଙ୍କିପକ୍ସ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ସେହିପରି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ବିମାନବନ୍ଦର, ରେଲୱେ ଷ୍ଟେସନ, ବସ୍‌ଷ୍ଟେସନରେ ସ୍କ୍ରିନିଂ କରାଯିବ। ଏଥିସହ ମଙ୍କିପକ୍ସରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ୨୧ ଦିନ ଯାଏଁ ଆଇସୋଲେସନରେ ରଖିବାକୁ ବାଧ୍ୟ ବୋଲି ବୃହତ ବେଙ୍ଗାଲୁରୁ ମାନଗର ନିଗମ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି।

ad-week
Leave A Reply

Your email address will not be published.