ଭୂମିକମ୍ପରେ ଥରିଲା ଛତିଶଗଡ଼, ଘର ଛାଡ଼ି ଦୌଡିଲେ ଲୋକେ

add-all

ରାୟପୁର: ଭୂକମ୍ପରେ ଥରିଲା ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼। ଗୁରୁବାର ସୁରଜପୁର ଜିଲ୍ଲାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଆଜି ମଧ୍ୟାହ୍ଣ ସମୟରେ ସୁରଜପୁର ଅଞ୍ଚଳରେ ଭୂମିକମ୍ପର ହାଲ୍‌କା ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା। ଏଥିସହ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା। ଏହି କ୍ୟାଟେଗୋରୀର ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହେବା ଆଶଙ୍କା ନଥାଏ ବୋଲି ଅଧିକାରୀମାନେ କହିଛନ୍ତି।
ସେପଟେ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇପଡିବା ସହ ଘରୁ ବାହାରକୁ ବହାରି ଆସିଥିଲେ। ଏଥି ସହ ସୁରଜପୁର ଜିଲ୍ଲା ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଭୂକମ୍ପ ଘଟିଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନାହାନ୍ତି। ଗତ ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ରାଜ୍ୟର ଉତ୍ତର ଅଞ୍ଚଳର ଜିଲ୍ଲାମାନଙ୍କରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।
ଉଲ୍ଲେଖଯୋଗ୍ୟ, ୪ ଦିନ ପୂର୍ବେ ଉତ୍ତର ବିହାରର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ବିହାରର ସୀତାମଢ଼ି, ମୁଜଫରପୁର, ଭାଗଲପୁର ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ର ସ୍ଥଳ ନେପାଳରେ ଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଥିଲା। ସେହିପରି ନେପାଳର ରାଜଧାନୀ କାଠମାଣ୍ଡୁ ମଧ୍ୟ ଥରି ଉଠିଥିଲା।

ad-week
Leave A Reply

Your email address will not be published.