କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେଲେ ବିଧାୟକ ମହମ୍ମଦ ମୋକିମ

add-all

ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବାବେଳେ ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, ଜାରି ହୋଇଥିବା ନୋଟିସ୍‌ରେ ଜବାବ ରଖିଛି । କ’ଣ ଲେଖିଛି ଏବେ ସ୍ପଷ୍ଟ କରିପାରିବି ନାହିଁ । ତେବେ ମୋକିମଙ୍କ ଜବାବ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ମୋକିମ ନିଜ ଉତ୍ତରରେ କ’ଣ କହିଛନ୍ତି ପଢିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଥିଲେ। ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ମୋକିମଙ୍କ ଏଭଳି କାର୍ଯ୍ୟକୁ ପିସିସି ସଭାପତି ତ୍ରୀବ ବିରୋଧ କରିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବା ନେଇ ପୂର୍ବରୁ ପିସିସି ସଭାପତି କହିଥିଲେ।

ad-week
Leave A Reply

Your email address will not be published.