ଇଡିରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ

add-all

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ୍‌। ଆଜି ତାଙ୍କ ସହ ନିଜ ଝିଅ ଓ ସେନାର ଅନ୍ୟ ସଦସ୍ୟମାନେ ମଧ୍ୟ ଇଡି କାର୍ଯ୍ୟାଳୟକୁ ଯାଇଥିଲେ। ଏକ ହାଉସିଂ ପ୍ରୋଜେକ୍ଟରେ ଅର୍ଥ ହେରଫେର ମାମଲାରେ ବର୍ଷାଙ୍କୁ ସମନ କରଥିଲା ଇଡି। ସମ୍ପୃକ୍ତ ମାମଲାରେ ତାଙ୍କ ସ୍ୱାମୀ ନିଜେ ସଞ୍ଜୟ ରାଉତ ଫସିଥିଲା ବେଳେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଇଡି ପକ୍ଷରୁ ବର୍ଷାଙ୍କ ନାଁ ବାରମ୍ବାର ନିଆଯାଥିଲେ ମଧ୍ୟ ତାଙ୍କୁ ପଚରାଉଚରା କରାଯାଇ ନଥିଲା। ମୁମ୍ବାଇର ଗୋରେଗାଁଉରେ ଥିବା ପାତ୍ରା ଚାଲ୍ ହାଉସିଂ ବୋର୍ଡ଼ ପ୍ରୋଜେକ୍ଟର ଉନ୍ନୟନରେ ୧୦୦୦ କୋଟି ଟଙ୍କା ସ୍କାମ ହୋଇଥିବା ଅଭିଯୋଗ ହୋଇଥିଲା
ଏହି ଘଟଣାରେ ଇଡି ସଞ୍ଜୟ ଏବଂ ତାଙ୍କ ପତ୍ନୀଙ୍କର ୧୧ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା। ଏହି ଆଟାଚ ସମ୍ପତ୍ତି ମଧ୍ୟରେ ଦାଦରର ଏକ ଫ୍ଲାଟ ରହିଛି। ଯାହା ବର୍ଷାଙ୍କ ନାମରେ ରହିଛି। ଏହାବ୍ୟତୀତ ସେ ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ମିଳିତ ଭାବେ ଆଲିବଙ୍ଗରେ ୮ଟି ପ୍ଲଟ ରହିଛି। ମୁମ୍ବାଇର ଏକ ସ୍ପେସିଆଲ କୋର୍ଟ ସଞ୍ଜୟ ରାୱତଙ୍କ ଇଡି ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଗତ ଜୁଲାଇ ୩୧ତାରିଖ ଦିନ ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ଦୀର୍ଘ ସମୟ ଜେରା କରିବା ପରେ ଜୁଲାଇ ୩୧ତାରିଖ ରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।

ad-week
Leave A Reply

Your email address will not be published.