ଆମେରିକାରେ ପୁଣି ଫୁଟିଲା ଗୁଳି, ୪ ମୃତ

add-all

ୱାଶିଂଟନ୍‌: ଆମେରିକାରେ ଥମୁନି ଗୁଳିକାଣ୍ଡ। ଆମେରିକାର ଓହିଓର ବଟଲର୍‌ ଟାଉନ୍‌ସିପ୍‌ରେ ଶୁକ୍ରବାର ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବର୍ତ୍ତମାନ ଏହି ଘଟଣାର କୁଖ୍ୟାତ ଅପରାଧୀଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।
ଡେଟନ୍‌ର ଉତ୍ତରରେ ଥିବା ଛୋଟ ଓହିଓ ସହରରେ ଏହି ଗୁଳି ବିନିମୟ ହୋଇଥିଲା। ଏକ ଗଣମାଧ୍ୟମକୁ ସୂଚନା ଦେଇ ବଟଲର୍ ଟାଉନସିପ୍ ପୁଲିସ୍ ମୁଖ୍ୟ ଜନ୍ ପୋର୍ଟର୍ ଏହି ଘଟଣା ପାଇଁ ଷ୍ଟିଫେନ୍ ମାର୍ଲୋଙ୍କୁ ଦାୟୀ କରିଛନ୍ତି। କହିଛନ୍ତି ଯେ ସେ ରାସ୍ତା ଉପରେ ସଶସ୍ତ୍ର ବୁଲିବା ସମ୍ଭାବନା ରହିଛି।
ପୁଲିସର କହିବା ମୁତାବକ, ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମଣ୍ଟଗୋମେରୀ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ, ଫେଡେରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଫବିଆଇ) ଏବଂ ଏଟିଏଫ୍ ଦ୍ୱାରା ଅଧିକାରୀମାନଙ୍କୁ ସହାୟତା କରାଯାଉଛି। ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ମାର୍ଲୋ ଓହିଓ ଛାଡି ଫେରାର ହୋଇଯାଇଛି। ମିଡିଆ ପୋର୍ଟାଲ ଅନୁଯାୟୀ, ଏଫବିଆଇ କହିଛି ଯେ ଏହାର ଲେକ୍ସିଂଗଟନ, କେଣ୍ଟକି, ଇଣ୍ଡିଆନାପଲିସ୍ ଏବଂ ଚିକାଗୋ ସହିତ ଲିଙ୍କ ଅଛି। ଏହି ସହର ମଧ୍ୟରୁ ଗୋଟିଏରେ ଅଭିଯୁକ୍ତ ମାର୍ଲୋ ଲୁଚୁ ଥାଇପାରେ।
ଅଧିକାରୀଙ୍କ କହିବା ମୁତାବକ, ମାର୍ଲୋର ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ଓ ତା ଓଜନର ୧୬୦ ପାଉଣ୍ଟ। ୩୯ ବର୍ଷିୟ ମାର୍ଲୋ ଘଟଣା ଦିନ ସର୍ଟସ୍‌ ଆଉ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲା। ସେ ୨୦୦୭ ମଡେଲ ଧଳା ଫୋର୍ଡ ଏଜ୍‌ କାର୍‌ରେ ଫେରାର ହୋଇଯାଇଥିଲା।

ad-week
Leave A Reply

Your email address will not be published.