ମହାକାଶକୁ ଗଲା ‘ଆଜାଦୀସ୍ୟାଟ୍‌’ ସାଟେଲାଇଟ୍

add-all

ଅମରାବତୀ: ସ୍ୱାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ଇସ୍ରୋ। ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍‌ରୁ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ (SSLV) ରେ EOS02 ଏବଂ AzaadiSAT ଉପଗ୍ରହ ପଠାଯାଇଛି। ସକାଳ ୯ଟା ୧୮ରେ ଏହି ଉତକ୍ଷେପଣ କରାଯାଇଛି।
ଏହି ଉତ୍‌କ୍ଷେପଣ ସଫଳ ହୋଇଥିବା ଇସ୍ରୋ କହିଛି। ସଠିକ୍ ଭାବରେ କାର୍ଯ୍ୟ କରୁଥିବା ଏହି ରକେଟ୍ ଉଭୟ ଉପଗ୍ରହକୁ ସେମାନଙ୍କର ନିର୍ଦ୍ଦିଷ୍ଟ କକ୍ଷପଥରେ ଛାଡିଛି। ତେବେ ଏହା ପରେ ଉପଗ୍ରହରୁ ତଥ୍ୟ ମିଳିବ ବନ୍ଦ ହୋଇଯାଇଥିବା ଇସ୍ରୋ କହିଛି।
EOS02 ହେଉଛି ଏକ ଆର୍ଥ ଅବଜରଭେସନ ଉପଗ୍ରହ। ଯାହା ୧୦ ମାସ ପାଇଁ ମହାକାଶରେ କାମ କରିବ। ଏହାର ଓଜନ ୧୪୨ କିଲୋଗ୍ରାମ। ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା। ଯାହା ସମସ୍ତ ପ୍ୟାନେଲ ଓ ଦୂରସଂଚାର ଟ୍ରାନ୍ସପୋର୍ଟର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ । ଏହା ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ।
ସେହିପରି ‘ଆଜାଦୀସ୍ୟାଟ୍‌’ ସାଟେଲାଇଟ୍ ହେଉଛି ସ୍ପେସ୍ କିଡଜ୍ ଇଣ୍ଡିଆ ନାମକ ସ୍ୱଦେଶୀ ଘରୋଇ ସ୍ପେସ୍ ଏଜେନ୍ସିର ଷ୍ଟୁଡେଣ୍ଟ ସାଟେଲାଇଟ। ଦେଶର ୭୫ଟି ଗାଁର ୭୫୦ ସ୍କୁଲ ଛାତ୍ରୀ ଏହି ସାଟେଲାଇଟ୍‌କୁ ଡିଜାଇନ୍ କରିଛନ୍ତି।

ad-week
Leave A Reply

Your email address will not be published.