ଭାରତର ଶ୍ରେଷ୍ଠ ବିଜ୍ଞାନ ପ୍ରତିଷ୍ଠାନର ପ୍ରଥମ ମହିଳା ମୁଖ୍ୟ ହେଲେ ନଲ୍ଲାତମ୍ବୀ କଲୈସେଲ୍‌ୱି

add-all

ନୂଆଦିଲ୍ଲୀ: ଶନିବାର ଦିନ ବରିଷ୍ଠ ବୈଜ୍ଞାନିକା ନଲ୍ଲାତମ୍ବୀ କଲୈସେଲ୍‌ୱିଙ୍କୁ ‘କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ’ର (ସିଏସ୍‌ଆଇଆର୍‌) ମହାନିର୍ଦେଶିକା ଭାବେ ନିଯୁକ୍ତି ମିଳିଛି। ‘ସିଏସ୍‌ଆଇଆର୍‌’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ ରହିଛି। ଏହି ପ୍ରତିଷ୍ଠାନର ମୁଖ୍ୟା ହେବାରେ କଲୈସେଲ୍‌ୱି ହେଉଛନ୍ତି ପ୍ରଥମ ମହିଳା।
ଦାୟିତ୍ବ ଗ୍ରହଣ ତାରିଖରୁ ସେ ୨ ବର୍ଷ ପାଇଁ ଏହି ପଦବୀରେ ରହିବେ ବୋଲି ଶନିବାର ଦିନ ‘ପର୍ସୋନେଲ୍‌ ମିନିଷ୍ଟ୍ରି’ ଆଦେଶନାମାରେ ଜାରି କରିଛି। ନୂଆ ଦାୟିତ୍ବ ସହ କଲୈସେଲ୍‌ୱି ‘ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ’ର ସଚିବ ଦାୟିତ୍ବ ମଧ୍ୟ ନିର୍ବାହ କରିବେ।
‘ଲିଥିୟମ୍‌-ଆୟନ୍‌’ ବ୍ୟାଟେରି କ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ଜଣାଶୁଣା ନଲ୍ଲାତମ୍ବୀ କଲୈସେଲ୍‌ୱି ସମ୍ପ୍ରତି ତାମିଲନାଡୁର କରୈକୁଡ଼ିରେ ଥିବା ‘ସିଏସ୍‌ଆଇଆର୍‌-ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋକେମିକାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର ନିର୍ଦେଶିକା ଅଛନ୍ତି। ୨୦୧୯ ଫେବ୍ରୁଆରିରେ ସେ ‘‌ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋକେମିକାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର (ସିଏସ୍‌ଆଇଆର୍‌-ସିଇସିଆର୍‌ଆଇ) ପ୍ରଥମ ମହିଳା ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ।
ତାମିଲନାଡୁର ତିରୁନେଲଭେଲି ଜିଲ୍ଲା ଅନ୍ତର୍ଗତ ଅମ୍ବାସମୁଦ୍ରମ୍‌ ନାମକ କ୍ଷୁଦ୍ର ସହରରେ ଜନ୍ମିତା କଲୈସେଲ୍‌ୱି ତାମିଲ ମାଧ୍ୟମରେ ସ୍କୁଲ୍‌ ଶିକ୍ଷା କରିଥିଲେ। ଫଳରେ କଲେଜ ପଢାବେଳେ ସେ ବିଜ୍ଞାନର ତତ୍ତ୍ବଗୁଡ଼ିକୁ ଭଲଭାବେ ଧରି ପାରିଥିଲେ। ୨୫ ବର୍ଷ ହେବ ସେ ‘ଇଲେ‌କ୍ଟ୍ରୋକେମିକାଲ୍‌ ପାୱାର୍‌ ସିଷ୍ଟମ୍‌’ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ad-week
Leave A Reply

Your email address will not be published.