ରାଜନୀତିକୁ ଦୂରୁ ଜୁହାର: ଏଣ୍ଟ୍ରିମାରିବେନି ରଜନୀକାନ୍ତ  

add-all

ଚେନ୍ନାଇ: ପ୍ରଥମେ ହଁ ପରେ ନାଁ। ରାଜନୀତିକୁ ଦୂରୁ ଜୁହାର। ସକ୍ରିୟ ରାଜନୀତିକୁ ଓହ୍ଲାଇବେନି ସାଉଥ୍‌ ସୁପର ଷ୍ଟାର ରଜନୀକାନ୍ତ। ତାଙ୍କର ରାଜନୀତିରେ ରୁଚିନଥିବା ସେ ଆଜି ସ୍ପଷ୍ଟ କରିଛନ୍ତି। ଏଥିସହ ରାଜନୀତିରେ ରଜନୀକାନ୍ତ ଏଣ୍ଟ୍ରିମାରିବା ନେଇ ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ଚାଳିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଆଗରୁ ରାଜନୀତି ପ୍ରତି ରୁଚି ରଖିଥିବା ରଜନୀକାନ୍ତ ଏକ ରାଜନୈତିକ ଦଳ ଗଠନ ନେଇ ତାଙ୍କ ପ୍ରଂଶସକମାନଙ୍କୁ କହିଥିଲେ। ଆଜି ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରଭିଙ୍କୁ ରଜନୀକାନ୍ତ ଭେଟି ଥିଲେ। ତେଣୁ ସେ ଖୁବ୍‌ଶୀଘ୍ର ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ରାଜ୍ୟପାଳଙ୍କୁ ଭେଟିବା ପରେ ସେ ଯେଉଁ ପ୍ରତିକ୍ରିୟା ଦେଇଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି।
ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ରଜନୀକାନ୍ତ କହିଥିଲେ ଯେ, ତାଙ୍କର ରାଜନୀତିରେ ପ୍ରବେଶ କରିବାର ଇଚ୍ଛା ନାହିଁ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାଜ୍ୟପାଳଙ୍କ ସହ ୨୫ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା ହେଲା। ରାଜ୍ୟପାଳ ଜଣେ ଉତ୍ତରଭାରତୀୟ ହୋଇଥିଲେ ମଧ୍ୟ ସେ ତାମିଲ ଲୋକଙ୍କ କଠିନ ପରିଶ୍ରମ ଏବଂ ସଚ୍ଚୋଟପଣିଆକୁ ବେଶ୍‌ ପସନ୍ଦ କରନ୍ତି ବୋଲି କହିଛନ୍ତି।
ରାଜନୀତି ବିଷୟରେ କୌଣସି ଆଲୋଚନା ହୋଇଥିଲା କି ବୋଲି ପ୍ରଶ୍ନ ହେବାରୁ ରଜନୀକାନ୍ତ ଏହାର ଉତ୍ତର ଦେବାକୁ ଉଚିତ ମଣି ନଥିଲେ। ବରଂ କହିଥିଲେ, ମୁଁ ଗଣମାଧ୍ୟମକୁ କ୍ଷମା ମାଗୁଛି। ଏହି ଅବସରରେ ଅଗଷ୍ଟ ୧୫ କିମ୍ବା ୨୨ରେ ତାଙ୍କର ପରବର୍ତ୍ତୀ ସିନେମା ଶୁଟିଂ ବିଷୟରେ ଘୋଷଣା କରିଥିଲେ।
ରଜନୀକାନ୍ତଙ୍କ ଆଗାମୀ ସିନେମା ହେଉଛି ‘ଜେଲର’। ଏହାର ନିର୍ଦ୍ଦେଶନା ଦେବେ ନେଲ୍‌ସନ୍‌ ଦିଲୀପ କୁମାର। ଏହି ସିନେମାଟି ହାଇବଜେଟ୍‌ର ହୋଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛି ସନ୍‌ ପିକଚର୍ସ୍‌।

ad-week
Leave A Reply

Your email address will not be published.