ବିହାରରେ ରାଜନୈତିକ ହଲଚଲ: ଶାହନାୱାଜ ହୁସେନ ଓ ରବିଶଙ୍କରଙ୍କୁ ଦିଲ୍ଲୀ ଡ଼କାଇଲା ବିଜେପି

add-all

ପାଟନା: ବିହାରରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି | କୁହାଯାଉଛି ଯେ ରାଜ୍ୟର ରାଜନୈତିକ ପାଣିପାଗ ବଦଳିପାରେ ଆଉ ବିହାରରେ କିଛି ବଡ ରାଜନୈତିକ ଘଟଣା ଘଟିପାରେ। ଏହି ପରିପ୍ରେକ୍ଷୀରେ, ଆଗାମୀ ତିନି-ଚାରି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏନଡିଏରେ ଥିବା ଜେଡିୟୁ ଏହାର ସମସ୍ତ ସାଂସଦ, ବିଧାୟକ / ଏମଏଲସିଙ୍କୁ ପାଟନାକୁ ଡକାଇଛି। ଯେମିତି ବି ହେଉ ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ପାଟନାରେ ପହଞ୍ଚିବାକୁ କୁହାଯାଇଛି। ଅନେକ ଜେଡିୟୁ ନେତା ସେମାନଙ୍କ ବୟାନରେ କହିଛନ୍ତି ଯେ କିଛି ହୋଇପାରେ। ଜେଡିୟୁର ଜାତୀୟ ସଭାପତି ଲଲନ ସିଂ କହିଛନ୍ତି ଯେ ଆରସିପି ସିଂହଙ୍କ ପାଇଁ ଉପୁଜୁଥିବା ପରିସ୍ଥିତିକୁ ବିଚାର କରିବାକୁ ସମସ୍ତଙ୍କୁ ଡକାଯାଇଛି।
ସେପଟେ ବିଜେପିର ଦୁଇ ବଡ ନେତା ବିହାରରୁ ଦିଲ୍ଲୀ ଯାଇଛନ୍ତି। ବିହାରର ଶିଳ୍ପ ମନ୍ତ୍ରୀ ତଥା ଶାହନାୱାଜ ହୁସେନ୍ ଓ ସାଂସଦ ରବି ଶଙ୍କର ପ୍ରସାଦ ଦିଲ୍ଲୀ ଯାଇଛନ୍ତି। ତାଙ୍କୁ କେନ୍ଦ୍ରୀୟ ନେତୃତ୍ୱ ଡାକିଛନ୍ତି ବୋଲି କୁହାଯାଉଛି | ବିହାରରେ ଉପୁଜିଥିବା ପରିସ୍ଥିତି ବାବଦରେ ଆଲୋଚନା କରାଯାଇପାରେ। ଅନ୍ୟ ଏକ ସୂତ୍ରରୁ ସୂଚନା ମଧ୍ୟ ମିଳୁଛି ଯେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ କୁହାଯାଇଛି ଯେ ଗଠବନ୍ଧନ ପ୍ରସଙ୍ଗରେ କୌଣସି ନେତା ବୟାନ ଦେବେ ନାହିଁ।
ତେଣୁ ବିହାରର ନୂତନ ରାଜନୈତିକ ପରିସ୍ଥିତି ଉପରେ ନିଷ୍ପତ୍ତି ନେବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ଆରଜେଡି ପକ୍ଷରୁ କୁହାଯାଇଛି ଯେ ଯଦି ନୀତୀଶ କୁମାର ବିଜେପିରୁ ଅଲଗା ହୁଅନ୍ତି, ତେବେ ଆରଜେଡି ନୀତୀଶ କୁମାରଙ୍କୁ ସମର୍ଥନ କରିବ। ଅନ୍ୟପଟେ ନୀତୀଶ କୁମାର ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ନୀତୀଶ କୁମାର ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହା ପରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ପାଟନାକୁ ଡକାଯାଇଛି।

ad-week
Leave A Reply

Your email address will not be published.