ଏନଏଚ୍‌ ଉପରେ ୫ ଫୁଟ୍‌ର ପାଣି; ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେବ ପ୍ରବଳ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଅସମ୍ଭାଳ ହେଲାଣି। ମୋଟୁ ନିକଟ ୩୨୬ ନଂ ଜାତୀୟ ରାଜପଥରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଛିଡ଼ା ହୋଇ ରହିଛି।

ମାଲକାନଗିରି ପରି ପାହାଡ଼ିଆ ଜିଲ୍ଲାରେ ଲଗାଣ ବର୍ଷା ହେତୁ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଝାପ୍ରା ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରି ଛତିଶଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ହୋଇରହିଛି। ସେହିପରି କାଙ୍କରକୋଣ୍ଡା ପୋଲ ଉପରେ ୩ ଘଣ୍ଟା ଧରି ଆଣ୍ଠୁଏ ଉପରେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ପାହାଡିଆ ପାଣି ଆସୁଥିବାରୁ ଜିଲ୍ଲାର ସମସ୍ତ ଛୋଟ ବଡ଼ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଗୋଦାବରୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳ ନିଷ୍କାସନ ରେ ସମସ୍ୟା ସୃଷ୍ଟି ହେଉଛି। ବନ୍ୟା ପାଣି ଯୋଗୁ ବହୁ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

ad-week
Leave A Reply

Your email address will not be published.