କର୍କଟ ପୀଡ଼ିତାଙ୍କୁ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଲୋକମାନଙ୍କ ଉପକାର ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରିଆସିଛନ୍ତି ଏବଂ ଏହି ପରିପ୍ରେକ୍ଷିରେ ଯେପରି କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟକୁ ନେଇ କିଛି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପ୍ରତି ଗୁରୁତ୍ୱ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି ଏବଂ ଏହି ଯୋଜନା ଅଧୀନରେ ଅନେକ ବ୍ୟକ୍ତି ଉପକୃତ ମଧ୍ୟ ହେଉଛନ୍ତି । ଯାହା ଜଣେ ଅସହାୟ ମହିଳା ସସ୍ମିତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

କର୍କଟ ରୋଗରେ ପୀଡ଼ିତ ହୋଇ ସସ୍ମିତାଙ୍କ ଖାଦ୍ୟନଳୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଜୀବନ ଜିଇବା ତାଙ୍କ ପକ୍ଷେ ଦୁର୍ବିସହ ହୋଇପଡ଼ିଥିଲା । ଡାକ୍ତର ଖାଦ୍ୟନଳୀ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେବା ପରେ ଆର୍ଥିକ ଚାପରେ ଭାଙ୍ଗିପଡ଼ିଥିଲେ ପରିବାର ବର୍ଗ । ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ଶେଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସଫଳ ହେଲା ଅସ୍ତ୍ରୋପଚାର ।
ସୂଚନାନୁସାରେ, କଟକ ଜିଲ୍ଲା କଟିକଟା ଅଞ୍ଚଳର ୪୨ବର୍ଷିୟା ବାସିନ୍ଦା ସସ୍ମିତା ଦାସ ଏକ ବର୍ଷ ପୂର୍ବେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ ଯିବା ପାଇଁ ପରାମର୍ଶ ଦେଇଥିଲେ । ସେଠାରେ ସସ୍ମିତାଙ୍କର ଖାଦ୍ୟନଳୀରେ ଘା’ ହୋଇଥିବାର ଚିହ୍ନଟ ହୋଇଥିଲା । ସେହି ଘା’ କ୍ରମଶଃ କ୍ୟାନ୍ସର ଆଡକୁ ଗତି କରିସାରିଥିଲା । ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ଯେହେତୁ ସସ୍ମିତାଙ୍କ ପରିବାର ବର୍ଗ ଆର୍ଥିକ ଚାପରେ ଥିଲେ ସେଥିପାଇଁ ସେମାନେ ଅସହାୟ ହୋଇ ଓଡ଼ିଶା ମୋ ପରିବାରର ହେଲ୍ପଡ଼େସ୍କ ସହଯୋଗୀ ରଶ୍ମୀ ରଞ୍ଜନ୍ ପ୍ରଧାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ।
ଏ ସମ୍ପର୍କରେ ସୂଚନା ପାଇବା ପରେ ରଶ୍ମୀ ତାଙ୍କୁ ସମ୍ ହସ୍ପିଟାଲରେ ଆଡମିଶନ କରାଇଥିଲେ ଏବଂ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସମସ୍ତ ସାହାଯ୍ୟ ଯୋଗାଇ ଦେଇଥିଲେ ।
ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିଲା । ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଦୀର୍ଘ ଏକ ମାସ ହସ୍ପିଟାଲରେ ସସ୍ମିତାଙ୍କର ସ୍ୱାସ୍ଥ୍ୟ ବିଷୟରେ ନିୟମିତ ପଚାରି ବୁଝୁଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଜ ହେବାରେ ମଧ୍ୟ ସହାୟତା ଯୋଗାଇ ଦେଇଥିଲେ ।
ସସ୍ମିତା ଆରୋଗ୍ୟ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ad-week
Leave A Reply

Your email address will not be published.