ବିମାନ ବନ୍ଦରରେ ଆଖିବୁଜା ଗୁଳିମାଡ଼, ବିମାନ ଉଡାଣ ବାତିଲ

add-all

ଅଷ୍ଟ୍ରେଲିଆ: ବିମାନ ବନ୍ଦରରେ ଆଖିବିଜା ଗୁଳିମାଡ଼। ବନ୍ଦ ହେଲା ଟର୍ମିନାଲ, ବାତିଲ ହେଲା ସମସ୍ତ ବିମାନ ଉଡାଣ। ଅଷ୍ଟ୍ରେଲିଆର କ୍ୟାନବରା ବିମାନ ବନ୍ଦରରେ ଏଭଳି କିଛି ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁଳିମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ମୁତାବକ, ଆଜି ସକାଳୁ ଜଣେ ଦର୍ବୃତ୍ତ ବିମାନବନ୍ଦରରେ ପଶି ଆଖିବୁଜା ଗୁଳିମାଡ କରିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନିକଟରୁ ଏକ ବନ୍ଧୁକ ଜବତ କରିଛି। ସେପଟେ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି।
ବିମାନ ବନ୍ଦରର ମୁଖ୍ୟ ଟର୍ମିନାଲରେ ଥିବା ବିଲ୍ଡିଂରେ ଗୁଳିମାଡ ହୋଇଥିବା ଶବ୍ଦ ଶୁଣିବାକୁ ମିଳିଥିଲା। ଫାୟାରିଂ ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଲୋକେ ଜୀବନ ବଞ୍ଚାଇବା ପାଇଁ ଏପଟସେପଟ ଦୌଡିବାକୁ ଲାଗିଥିଲେ।
ଜଣେ ମହିଳାଙ୍କ କହିବା ମୁତାବକ, ‘ଗୁଳିମାଡ ଶବ୍ଦ ଶୁଣି ଆମେ ଡରି ଯାଇଥିଲୁ। ମୁ ପଛକୁ ବୁଲି ଦେଖିବା ବେଳେ ଜଣେ ବ୍ୟକ୍ତି ମୋ ପଛରେ ଠିଆ ହୋଇଥିଲେ। ଆଉ ତାଙ୍କ ହାତରେ ବନ୍ଧୁକ ଥିଲା।’
ସୁରକ୍ଷା ଦୃଷ୍ଟିରୁ ଟର୍ମିନାଲକୁ ଖାଲି କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି। ଲୋକଙ୍କୁ ବିମାନ ବନ୍ଦର ନ ଆସିବାକୁ ପରାମର୍ଶ ଦିଆଯାଇଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.