‘ପରବର୍ତ୍ତୀ ଟାର୍ଗେଟ୍‌ ତୁମେ’, ରୁଶ୍‌ଦିଙ୍କ ପରେ ପ୍ରଖ୍ୟାତ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ

add-all

ନ୍ୟୁୟର୍କ: ଫେମସ୍‌ ଲେଖକ ସଲମାନ ରୁଶଦିଙ୍କ ପରେ ଏବେ ଟାର୍ଗେଟ୍‌ରେ ଆଉ ଜଣେ ଲେଖିକା। ଲୋକପ୍ରିୟ ବହି ହ୍ୟାରି ପୋଟର୍‌ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍‌ ଟ୍ୱିଟ୍‌ କରି ସେ ସୂଚନା ଦେଇଛନ୍ତି।
ଲେଖିକା ରୋଲିଂ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଘଟଣା ଜାଣି ତାଙ୍କୁ ବହୁତ ଦୁଃଖ ଲାଗିଲା। ତେବେ ପ୍ରାର୍ଥନା କରୁଛି ଯେ ସଲମାନ ଶୀଘ୍ରୁ ସୁସ୍ଥ ହୋଇଯାଆନ୍ତୁ। ରୋଲିଂଙ୍କର ଏହି ଟ୍ୱିଟ୍‌ରେ ଜବାବ ଦେଇ ଜଣେ ୟୁଜର୍ସ ‘ଚିନ୍ତା କର ନାହିଁ ପରବର୍ତ୍ତୀ ଟାର୍ଗେଟ୍‌ ତୁମେ’ ବୋଲି ଲେଖି ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ୫୭ ବର୍ଷୀୟା ଲେଖିକା ରୋଲିଂ ଟ୍ୱିଟରରେ ହତ୍ୟା ଧମକର ସ୍କ୍ରିନଶଟ୍ ମଧ୍ୟ ଶେଆର କରିଛନ୍ତି।
ତାଙ୍କୁ ଏହି ଧମକ ରୁଶଦ୍‌ଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମର୍ଥକମାନେ ଦେଇଥିବା ଜଣାପଡିଛି। ଯେଉଁ ଟ୍ୱିଟର୍‌ ହ୍ୟାଣ୍ଡେଲରେ ରୋଲିଂଙ୍କୁ ହତ୍ୟା ଧମକ ମିଳିଛି ସେଥିରେ ରୁଶ୍‌ଦିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ହାଦି ମାତାରକୁ ବି ପ୍ରଶଂସା କରାଯାଇଛି। ଏଥିରେ ଲେଖାଅଛି ଯେ, ସେ ଜଣେ ଶିଆ ଯୋଦ୍ଧା ବା ବିପ୍ଲବୀ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଏକ କାର୍ଯ୍ୟକ୍ରମ ବେଳେ ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କୁ ଷ୍ଟେଜ ଉପରେ ଆକ୍ରମଣକାରୀ ମୁଥ ମାରିବା ସହ ଛୁରାମାଡ କରିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ହେଲେ ଆଜି ତାଙ୍କୁ ଭେଣ୍ଟିଲେଟର୍‌ରୁ ହଟାଇ ଦିଆଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ସେ କଥାବର୍ତ୍ତା ମଧ୍ୟ କରୁଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.