ପାହାଡ଼ ତଳ ଖାଦାନ ନିକଟରୁ ମୃତଦେହ ଜବତ

add-all

ନିରାକାରପୁର: ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ ରାଉଲହଜ ଚିତ୍ରକୂଟ ପାହାଡ଼ ପାଦଦେଶରେ ଥିବା ଏକ ପଥର ଖଣିରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ଏକ ଘଛ ଡାଳରୁ ମୃତଦେହ ପୋଲିସ ଜବତ କରି ତଦନ୍ତ ଚଳାଇଛି। ତେବେ ଯୁବକ ଜଣଙ୍କର ପରିଚୟ ମିଳି ନ ଥିବା ବେଳେ ତାଙ୍କ ବେକରେ ଗାମୁଛା ଲାଗିଛି ଏବଂ ତାଙ୍କ ପାଦ ସମ୍ପୂର୍ଣ୍ଣ ତଳେ ଲାଗିଥିବା ଦେଖିବାକୁ ମିଳିଛି।

ତେବେ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ରାତିତମାମ ବର୍ଷା ଲାଗି ରହିଥିଲେ ମଧ୍ୟ ଯୁବକଙ୍କ ଦେହ ବର୍ଷାରେ ଟିକେ ମଧ୍ୟ ଓଦା ହୋଇ ନାହିଁ। ତେଣୁ ତାଙ୍କୁ କେହି ମାରି ଭୋରୁ ଟଙ୍ଗାଇ ଦେଇଥିବା ଅନୁମାନ କରାଯାଉଛି।
ପ୍ରକାଶଥାଉକି, ୩ରୁ ୪ ବର୍ଷ ତଳେ ଠିକ୍‌ ସମାନ ସ୍ଥାନରେ ଜଣେ ଯୁବତୀଙ୍କୁୁ ପଥରେ ଛେଚି ହତ୍ୟା କରାଯାଇଥିଲା।

ad-week
Leave A Reply

Your email address will not be published.