
ମାଲକାନଗିରି (୧୪/୦୮) : ରାଜ୍ୟର ବିକାଶରେ ଗଣମାଧ୍ୟମର ଭୂମିକା ଗରୁତ୍ୱପୂର୍ଣ । ଗଣମାଧ୍ୟମ ପ୍ରତିନିଧି ମାନେ କୋଣ ଅନୁକୋଣର ବିଭିନ୍ନ ସମସ୍ୟା, ସରକାର ଓ ଲୋକ ଲୋକଚନକୁ ଆଣି ଏହାର ସମାଧାନ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି | ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ୍ମନ୍ତ୍ରୀ ସମୀର ରଂଜନ ଦାସ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତିା ବିଶେଷ କରି ସ୍ୱାଭିମାନ ଅଂଚଳର ବିକାଶ ସହ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିଭିନ୍ନ ସମସ୍ୟା ଓ ବିକାଶରେ ମୁଖୟ ଭୁମିକା ଗ୍ରହଣ କରିଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ ଯେକୌଣସି ଯୋଜନାର ଶୁଭାରମ୍ଭ ମାଲକାନଗିରି ଜିଲ୍ଲାରୁ ଆରମ୍ଭ କରି ଏହି ଜିଲ୍ଲାର କିପରି ଦୃତ ବିକାଶ ହେବ ସେଥିପାଇଁ ସବୁବେଳେ ତାଙ୍କର ପ୍ରୟାସ ଜାରି ରଖିଛନ୍ତିା ମାଲକାନଗିରି ଜିଲ୍ଲାରେ ରାସ୍ତା, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପାନୀୟ ଜଳ ଇତ୍ୟାଦିର ବିକାଶ ସମ୍ବନ୍ଧରେ ବକ୍ତବ୍ୟ ଦେଇଥଇଲୋ ଏହି ଅବସରରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପରିଷଦର ମହିଳା ସଦସ୍ୟା ଜୟନ୍ତୀ ବୁରୁଦା, ବଣ୍ଡା ଜନଜାତିର ବାଣିଜ୍ୟ ବିଭାଗର ଜିଲ୍ଲା ଟପର ଛାତ୍ରୀ କରମା ମୁଦୁଲ. ଓ ର୍କେଳ ଥାନା ସହକାରୀ ଇନିସ୍ପେକ୍ଟର ଅଜିତ କୁମାର ଶଡଙ୍ଗି, ଜିଲ୍ଲାରେ ବିଜ୍ଞାନ ଦ୍ୱିତୀୟ ବର୍ଷରେ ପ୍ରଥମ ରୁ ପଂଚମ ସ୍ଥାନ ଅଧିକାର କରିଥିବା ସତ୍ୟନାରାୟଣ ଆବାସିକ ମହାବିଦ୍ୟାଳୟ ଓ ଘଡେଇ ଆବାସିକ ମହାବିଦ୍ୟାଳୟର ଛାତ୍ରମାନଙ୍କୁ ଶ୍ରୀ ଦାସ ସମ୍ବର୍ଧନା କରିଥିଲୋ ଏହି କାର୍ଯ୍ୟକ୍ରମରେ ପୂର୍ୱତନ ବିଧାୟକ ତଥା ବିକାଶ ପରିଷଦ ଅଧ୍ୟ କ୍ଷ ମାନସ ମାଡକାମି , ଜିଲ୍ଲା ପରିଷ୍ଦ ଅଧ୍ୟ କ୍ଷା ସମାରୀ ଟାଙ୍ଗୁଲ, ମାଲକାନଗିରି ବ୍ଲକ ଅଧ୍ୟ କ୍ଷା ଗୌରୀ ପଡିଆମି, ନିମାପଡା ପୌର ପରିଷଦ ଅଧ୍ୟକ୍ଷ ପ୍ରଦୀପ କୁମାର ଖଟେଇ, ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ ଓ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ରାଜ୍ୟ ସଂଗଠନ ଅଶୋକ ମିଶ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ଉସଭାପତି ପ୍ରଭାକର ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।