ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ୨ ଗୁରୁତର, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

add-all

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିର ଠାରେ ଲଗାଣ ବର୍ଷାରେ ଏକ ବିଶାଳ ଗଛ ଉପୁଡି ରାସ୍ତାରେ ଯାଉଥିବା ଏକ ଅଟୋ ଉପରେ ପଡ଼ିବା ଫଳରେ ୨ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ କାଲି ଠାରୁ କେନ୍ଦୁଝର ରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି କେନ୍ଦୁଝର ଟାଉନ ଥାନା ନରଣପୁର ରୁଗୁଡି ସାହିର ଦୁର୍ଯ୍ୟୋଧନ ବେହେରା ନିଜ ପୁଅ ଶରତ ବେହେରା ଅଟୋରେ ସ୍ୱାସ୍ଥ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିଲେ।

ସ୍ୱାସ୍ଥ୍ୟ ପରୀକ୍ଷା କରି ଘରକୁ ଫେରୁଥିବା ବେଳେ ହଳଦିଆ ଟାଙ୍ଗିର ଠାରେ ହଟାତ ଏକ ବିଶାଳ ତେନ୍ତୁଳି ଗଛ ଅଟୋ ଉପରେ ପଡିଯିବାରୁ ଉଭୟ ବାପ ଓ ପୁଅ ଗୁରୁତର ହୋଇଥିଲେ।

ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଏକ ଲମ୍ବା ଦଉଡି ସାହାଯ୍ୟ ରେ ବହୁ କଷ୍ଟରେ ଉଭୟ ଙ୍କୁ ଉଦ୍ଧାର କରିଥିଲେ। ଦୁର୍ଯ୍ୟୋଧନ ବେହେରା ଚେତାଶୂନ୍ୟ ଥିବାବେଳେ ଶରତ ବେହେର ଙ୍କ ଗୋଡ଼ ଓ ହାତ ଭାଙ୍ଗିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ, ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଛ କୁ କାଟି ଉଭୟ ପାଖରେ ଠିଆ ହୋଇଥିବା ଗାଡି ଗୁଡିକ ଯାତାୟାତ ରେ ବ୍ୟବସ୍ତା କରିଥିଲେ। ୧୦୮ ଆମ୍ବୁଲାନ୍ସ ଡକାଇ ୨ ଗୁରୁତର ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି । ଅନ୍ୟ ପକ୍ଷରେ ଅଟୋ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଗୁରୁତରଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ପରିବାର ବର୍ଗ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.