ହିଲଭିୟୁ ପାର୍କ ପାଖପାହାଡ଼ରେ ଅଜଣା ଗଳିତ ମୃତ ଶରୀର ଉଦ୍ଧାର

add-all

ଦାରିଙ୍ଗବାଡ଼ି (୧୪/୮) : ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ପାଖପାହାଡ଼ରେ ଅଜଣା ଗଳିତ ମୃତ ଶରୀରକୁ ଦାରିଙ୍ଗବାଡ଼ି ପୋଲିସ ଉଦ୍ଧାର କରି ଫୁଲବାଣୀ ପଠା ଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଉକ୍ତ ପାହାଡ଼ରେ ସାରିଙ୍ଗିଇର୍ପି ଗ୍ରାମର ଗାଇବଳଦ ଚରାଇବା ପାଇଁ ନେଇଥିବା କିଛି ଲୋକ ପାହାଡ଼ର ଏକ ଗଛରେ ବେକରେ ରସିଲାଗି ଏକ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଦେଖି ଥିଲେ । ଏହି ବିଷୟରେ କୁହାକୁହି ଗାଁରେ ହୋଇଥିଲା । ଏହି ଖବର ସାରିଙ୍ଗିଇର୍ପି ଗ୍ରାମର ୱାର୍ଡ ମେମ୍ବର ରାଶାନ୍ତ ପ୍ରଧାନ ଜାଣିବା ପରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ସୂଚନା ଦେଇଥିଲେ । ସୂଚନା ପାଇ ଏହାର ତଦନ୍ତ କରି ଏକ ଅପମୃତ ମାମଲା ରୁଜୁ କରି ଗଳିତ ମୃତ ଶରୀର ଉଦ୍ଧାର କରି ଫୁଲବାଣୀ ପଠାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ମାଝୀ ସୂଚନା ଦେଇଛନ୍ତି । ଏହା ପ୍ରକୃତରେ ଆତ୍ମହତ୍ୟା ନା ହତ୍ୟା ଏବଂ ମୃତ ବ୍ୟକ୍ତି ଏହି ଅଞ୍ଚଳର ନା ଅନ୍ୟ ଅଞ୍ଚଳର ବା କେହିଜଣେ ପର୍ଯ୍ୟଟକ ବୋଲି ସନ୍ଧେହ ପ୍ରକାଶ ପାଇଛି ।ଯେଉଁ ଭଳି ପରିସ୍ଥିତିରେ ମୃତ ଶରୀର ରହିଛି ଏହାକୁ ନେଇ ସନ୍ଧେହ ସାଧାରଣରେ ହୋଇଛି। ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ ସ୍ଥଳୀ ଏବଂ ଉକ୍ତ ସ୍ଥାନକୁ ପ୍ରତିଦିନ ବହୁ ସଂଖ୍ୟକ ପର୍ଯ୍ୟଟକ ଆସନ୍ତି। ଏହି ଘଟଣାରେ ଅଂଚଳ ପାଇଁ ଏହା ଏକ ଚିନ୍ତାର କାରଣ ବୋଲି ସର୍ଵ ସାଧାରଣରେଆଲୋଚନା କରୁଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.