ଲାଲକିଲ୍ଲାରେ ମୋଦିଙ୍କ ଟାର୍ଗେଟ ପରେ କିଛି କହିବାକୁ ମନାକଲେ ରାହୁଲ

add-all

ନୂଆଦିଲ୍ଲୀ: ଆଜି ୭୬ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ୨ଟି ଚାଲେଞ୍ଜ ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ମୋଦି କହିଥିଲେ ଯେ, ଦୁର୍ନୀତି ଏବଂ ପ୍ରିୟାପ୍ରୀତି ତୋଷଣ ହେଉଛି ଦେଶ ପାଇଁ ୨ଟି ବଡ଼ ଚାଲେଞ୍ଜ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦୁର୍ନୀତି ଦେଶ ପାଇଁ କ୍ଷତିକାରକ।

ଦେଶକୁ ଏହାର ମୁକାବିଲା କରିବାକୁ ପଡିବ। ଆମକୁ ଦୁର୍ନୀତି ମୁକ୍ତ କରିବାକୁ ପଡିବ। ଏହା ପରେ ମୋଦି ଭାଇ-ଭାତିଜାବାଦ ଏବଂ ପରିବାରବାଦ ପ୍ରସଙ୍ଗ କହି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ଏହା ରାଜନୀତି ପାଇଁ ଶୁଭଙ୍କର ନୁହଁ ବୋଲି ସେ କହିଥିଲେ। ମୋଦି କହିଥିଲେ ଯେ, ଅନେ ସଂସ୍ଥାରେ ଆମର ଏଠି ପରିବାରବାଦର ଛାଇ ରହିଛି। ଆମର ଅନେକ ସଂସ୍ଥା ପରିବାରବାଦ ଦ୍ୱାରା ପ୍ରଭାବିତ ହୋଇଛି। ଏହା ଆମର ପ୍ରତିଭା ଏବଂ ଦେଶର ଦକ୍ଷତାକୁ ପ୍ରତିରୋଧ କରୁଛି।

ଏହା ଦ୍ୱାରା ଦୁର୍ନୀତି ବୃଦ୍ଧି ପାଉଛି। ତେଣୁ ସେ ସବୁ ସଂସ୍ଥା ବଞ୍ଚାଇବାକୁ ହେଲେ ଆମକୁ ସେଇ ସମସ୍ୟା ପ୍ରତି ଅସହିଷ୍ଣୁ ହେବାକୁ ପଡ଼ିବ। ପରିବାରର ମଙ୍ଗଳ ହେଲେ ଦେଶର ମଙ୍ଗଲ ସାଧନ ହୁଏନି। ତେଣୁ ଭାରତୀୟ ରାଜନୀତିକୁ ସୁଦ୍ଧ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି । ମୋଦିଙ୍କ ଟାର୍ଗେଟ କଂଗ୍ରେସ ପ୍ରତି ଥିବା ବେଳେ ଏ ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ଏହା ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରି ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ।

ତେବେ ସେ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାଲାଲା ନେହରୁ ପ୍ରଥମ ସ୍ୱାଧୀନତା ଦିବସ ଅବସରରେ ରଖିଥିବା ଅଭିଭାଷଣ ‘Tryst with Destiny’ ଭାଗ୍ୟ ସହ ମିଳନକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ।

ad-week
Leave A Reply

Your email address will not be published.