ପୃଥିବୀଠାରୁ ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା!

add-all

ନୂଆଦିଲ୍ଲୀ : ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ ସରକାର ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ରହିଛି। ଏହି କ୍ରମରେ ପୃଥିବୀଠାରୁ ୩୦ କିଲୋମିଟର ଦୂର ଉଚ୍ଚ ଆକାଶରେ ତ୍ରିରଙ୍ଗା ପତାକା ଉଡ଼ାଯାଇଛି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରା ହେବା ଅବସରରେ ସ୍ପେସ୍ କିଡଜ ଇଣ୍ଡିଆ ଏହି ତ୍ରିରଙ୍ଗା ଉଡ଼ାଇଛି।

ବେଲୁନ୍ ସାହାଯ୍ୟରେ ପୃଥିବୀଠାରୁ ପାଖାପାଖି ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚକୁ ତ୍ରିରଙ୍ଗା ପଠାଇ ସେଠାରେ ସମ୍ମାନର ସହ ଉଡ଼ାଇଛି ସ୍ପେସ୍ କିଡଜ ଇଣ୍ଡିଆ। କହି ରଖୁଛୁ, ସ୍ପେସ୍ କିଡଜ ଇଣ୍ଡିଆ ଦେଶର ଯୁବ ବୈଜ୍ଞାନିକମାନଙ୍କୁ ପ୍ରସ୍ତୁତ କରୁଥିବା ଏକ ସଂସ୍ଥା। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱାଧୀନତା ଦିବସରେ ପ୍ରଥମେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ସୂଚନାଯୋଗ୍ୟ, ଉଭୟ ବ୍ୟକ୍ତି ଓ ମହିଳାଜଣଙ୍କ ଉତ୍ତରପ୍ରଦେଶର ଗୋରଖପୁରର ଅଟନ୍ତି । ବ୍ୟକ୍ତିଜଣଙ୍କ କୌଣସି ଏକ କମ୍ପାନୀରେ ଯୋଗ ଦେବାକୁ ମୁମ୍ବାଇ ଯାଉଥିଲେ । ମହିଳାଜଣଙ୍କ ବାଙ୍ଗାଲୋରର ଏକ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପାଇଁ ଗସ୍ତ କରୁଥିଲେ ।

ad-week
Leave A Reply

Your email address will not be published.