ହୀରାକୁଦରେ ଖୋଲିଲା ୪୦ ଗେଟ୍‌

add-all

ସମ୍ୱଲପୁର : ହୀରାକୁଦର ଆଉ ୪ଟି ଗେଟ୍‌ ଖୋଲିଲା। ଏବେ ମୋଟ୍‌ ୪୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ। ପର୍ଯ୍ୟୟକ୍ରମେ ଆଜି ମୋଟ ୧୪ ଗେଟ୍ ଖୋଲାଯାଇଛି। ଏବେ ହୀରାକୁଦ ଡ୍ୟାମକୁ ପଶୁଛି ୬,୯୧, ୯୫୦ କ୍ୟୁସେକ୍‌ ପାଣି। ବାହାରୁଛି ୬,୧୦,୦୦୩ କ୍ୟୁସେକ୍‌ ପାଣି। ଆଜି ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଥିବା ପାଣି ଶୁକ୍ରବାର ସନ୍ଧ୍ୟା ବେଳେ ମୁଣ୍ଡଳିରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ସେପଟେ କଟକର ମୁଣ୍ଡଳିରେ ବର୍ତ୍ତମାନ ପ୍ରାୟ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀ ଓ ତା’ର ଶାଖା ନଦୀ ଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି ।

ଆସନ୍ତା ୪୮ ଘଂଟା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ଦିନ ପାଇଁ ବାତିଲ କରିଦିଆଯାଇଛି। ଏହାସହିତ ଇଞ୍ଜିନିୟରମାନଙ୍କୁ ନିଜ ସ୍ଥାନ ଛାଡ଼ି ନଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ଳାବିତ ଅଂଚଳରୁ ତୁରନ୍ତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.