ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର ସଦସ୍ୟ

add-all

ଦାରିଙ୍ଗବାଡି,୧୫/୮, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରାୟ ୭ ଦିନ ଧରି ଲାଗି ରହିଛି। ହେଲେ କମିବାର ନା ଧରୁନାହିଁ। ଚାଷ ଜମି ସହିତ ଜନ ଜୀବନ ସହ ଗୃହପାଳିତ ପ୍ରାଣୀ ସବୁ ଲଘୁଚାପ ଜନିତ ବର୍ଷାରେ ବହୁ ପ୍ରଭାବିତ ହୋଇଥିବା ଖବର ହସ୍ତଗତ ହୋଇଛି। ବ୍ଲକ ଅଞ୍ଚଳର ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକଙ୍କ ଘରଦ୍ୱାର ସବୁ ଝାଟିମାଟିର ହୋଇଥିବାରୁ, ବହୁ ଲୋକଙ୍କ ଘରର କାନ୍ଥ ଭୁଶୁଡ଼ି ପଡିବା ସହିତ ଘରେ ପାଣି ପସିଯାଇଥିବାର ଖବର ହସ୍ତଗତ ହୋଇଛି। ଏହି ପରି ପ୍ରେକ୍ଷୀରେ ବ୍ରାହ୍ମଣୀଗାଁ, ହାତିମୁଣ୍ଡା, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ ପଞ୍ଚାୟତ ଅଧିନସ୍ତ ବହୁ ଲୋକଙ୍କ ଘର କାନ୍ଥ ଭୁଶୁଡି ପଡିଥିବା ସରପଞ୍ଚ ମାନଙ୍କ ସୂଚନାରୁ ଜଣାପଡିଛି। ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଳିକଙ୍କ ତତ୍ୱାବଧାନରେ ରାଜସ୍ୱ ନିରୀକ୍ଷକ ରଞ୍ଜିତ କଁହର ନୂଆଗାଁର ତରେ ମଳିକ, କୀନାରୀଗାଁର ଟଙ୍କଧର ବିନ୍ଧାଣି, ବୃନ୍ଦାବନ ବିନ୍ଧାଣି, ତ୍ରିଲୋଚନ ପାଇକ, ବ୍ରାହ୍ମଣୀଗାଁର ବଣ୍ଟି ସେଠି ଓ ପିଙ୍କି ବିଷୋୟୀଙ୍କୁ ପଲିଥିନ ଦିଆଯାଇଥିବା ରାଜସ୍ୱ ନିରୀକ୍ଷକ ଶ୍ରୀ କଁହର ସୂଚନା ଦେଇଛନ୍ତି। ହେଲେ ଲଗାଣ ବର୍ଷାରେ କ୍ଷତି ସହିଥିବା ବହୁ ଲୋକ ମାନେ ସର୍ଵ ନିମ୍ନ ସହାୟତା ପାଇବାରୁ ବଞ୍ଚିତ ଥିବା ଅଞ୍ଚଳ ବାସୀ ପକ୍ଷରୁ ଦାବି ହେଉଛି। ଘର କାନ୍ଥ ଭୁଶୁଡି ପଡିଥିବା ପରିବାର ବର୍ଗ ସମୂହ ଉପଯୁକ୍ତ ତଦନ୍ତ କରି ପକ୍କା ଘର ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ସହିତ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.