ମାଟି ଅତଡା ଖସି ଯାତାୟାତ ବାଧାପ୍ରାପ୍ତ

add-all

ଦାରିଙ୍ଗବାଡ଼ି, ୧୬/୮: ଦୁଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଥିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗି ଠାରୁ କିଲିମେରା ପ୍ରଧାନ ମନ୍ତ୍ରୀ ରାସ୍ତାରେ ଏଭଳି ସ୍ଥିତି ଉପୁଜିଥିବା ଗଦାପୁର ପଂଚାୟତ ସମିତି ସଭ୍ୟା ତଥା ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ରୁଦା ମଲିକଙ୍କ ସୂଚନାରୁ ଜଣା ପଡ଼ିଛି। ଉକ୍ତ ରାସ୍ତା ଉପରେ ମାଟି ଅତଡା ଖସିବା ସହ ଏକ ବଡ଼ ପଥର ରାସ୍ତା ମଝିରେ ପଡିରହିଛି। ଯାହାରି ଫଳରେ କଲିଙ୍ଗି ଠାରୁ କିଲିମେରାକୁ ଯାତାୟାତ ବନ୍ଦ ରହିଛି । ରାସ୍ତା ବନ୍ଦ ହୋଇ ଗୋଟେ ଦିନ ବିତି ଯାଇଥିଲେ ସୁଦ୍ଧା ରାସ୍ତାରୁ ଆଜଯାଏ ପଥର ହଟା ଯାଇନାହିଁ । ଯାହାରି ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଯଥା ଶୀଘ୍ର ରାସ୍ତା ସଫା କରିବା ପାଇଁ ଅଂଚଳବାସୀ ଦାବି କରି ଛନ୍ତି।

ad-week
Leave A Reply

Your email address will not be published.