ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

youtube


ନବରଙ୍ଗପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୧୫ ଅଗଷ୍ଟ ସୋମବାର ଅପରାହ୍ନ ତିନିଟା ବେଳେ ଓଡ଼ିଶାର ପଚିଶି ଟି ଜିଲ୍ଲାର ୧୫୦ ଟି ସ୍ଥାନରେ ପ୍ରାୟ ୩ ହଜାର କବି ଓ କବୟିତ୍ରୀ ଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତାୟ ୭୫ ବର୍ଷ ପୂର୍ତ୍ତୀ ଅବସରରେ ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଏକକାଳୀନ ପାଳିତ ହୋଇଥିଲା । ଆବାହକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ବଲ୍ଲଭ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନବରଙ୍ଗପୁର ଜିଲ୍ଲା ର ପାଞ୍ଚଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ସଭାପତି ଭାବେ ବିଜୟ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ-ଆରକ୍ଷୀ ଅଧିକ୍ଷକ କବି ଚନ୍ଦ୍ର ଶେଖର ହୋତା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଆୟୋଜକ ଭାବେ ରାମ ପ୍ରସାଦ ପାତ୍ର, କାର୍ଯ୍ୟକ୍ରମର ସଂଯୋଜକ ଭାବେ ଅଧ୍ୟାପକ ଅଖିଳ ଭଟ୍ଟ ଓ କବିତା ପାଠର ସଂଯୋଜକ ଭାବେ ଆକାଶବାଣୀ ଉପସ୍ଥାପକ ସ୍ମୃତି ପଣ୍ଡା ଯୋଗଦେଇଥିଲେ। ୨୦ ଜଣ କବି ଓ କବୟିତ୍ରୀ ନିଜ ନିଜ କବିତା ପାଠ କରିଥିଲେ। କବୟିତ୍ରୀ ଜେମାମଣି ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ। ନବରଙ୍ଗପୁର ର ସାଇ କେଆର୍ ଏଜୁକେଶନ ଶିକ୍ଷାନୁଷ୍ଠାନ ରେ ହୋଇଥିବା କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ କବି ନାରାୟଣ ପଣ୍ଡା, ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଓ ପ୍ରେମଚାନ୍ଦ ପଟ୍ଟନାୟକ, ଆୟୋଜକ ଭାବେ ଦୁର୍ଗା ପ୍ରସାଦ ପାଢ଼ୀ, ସଂଯୋଜିକା ଭାବେ ଅଧ୍ୟାପିକା ସ୍ୱପ୍ନା ମହାନ୍ତି ଓ ସଂଯୋଜକ ଭାବେ ରତିକାନ୍ତ ଦୁବେ ଯୋଗ ଦେଇଥିଲେ। ଉମରକୋଟର ଫକୀର ମୋହନ ପାଠଶାଳା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ କବି ଡଃ ସୁରେନ୍ଦ୍ର ନାଥ ଦାଶ, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ରାଉତ, ଟୁଟୁ ବାବୁ ପଟ୍ଟନାୟକ, କେଦାରେଶ୍ୱର ପଟ୍ଟନାୟକ, ସଂଯୋଜିକା ଭାବେ ପ୍ରଭାତୀ ଦେବନାଥ ଯୋଗଦେଇଥିଲେ। କବି ଏମ୍. ହିମାଂଶୁ ଆଚାରୀ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ପରାମର୍ଶଦାତା ଶ୍ରୀନିବାସ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। କୋଷାଗୁମୁଡା ଗ୍ରାମ ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପବିତ୍ର ହାଲଦାର, ସମ୍ମାନିତ ଅତିଥି ଭାବେ କବି ସହଦେବ ପରିଡ଼ା ଓ ରମେଶ ଚନ୍ଦ୍ର ପଟ୍ଟନାୟକ, ଆୟୋଜକ ଭାବେ ସନ୍ତୋଷ କୁମାର ସାହୁ, ସଂଯୋଜକ ଭାବେ ଶୁଭେନ୍ଦୁ କୁମାର ଦାସ ଯୋଗଦେଇଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର କବି ଓ କବୟିତ୍ରୀ ନିଜସ୍ଵ ରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ।

Leave A Reply

Your email address will not be published.