ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର

add-all

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରିବା ସମ୍ଭବପର ହୋଇପାରୁ ନାହିଁ। ପ୍ରାୟ ତିନି ଦିନ ହେବ ଜଳଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।

ଦୟାନଦୀର ବନ୍ୟା ପାଣି ସୁନ୍ଦରପଦାର ଅନେକ ଘର ଏବଂ ଆପାର୍ଟମେଣ୍ଟରେ ପଶିଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଓଡ୍ରାଫ୍ ଟିମ।

ବନ୍ୟା ଯୋଗୁଁ ରାଜ୍ୟର ୧୦ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏବେବି ଅନେକ ଲୋକ ଜଳଘେରରେ ରହିଛନ୍ତି। ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରଶାସନର ପ୍ରୟାସ ଜାରି ରହିଥିବାବେଳେ ସହୟତା ପାଇଁ ଅପେକ୍ଷା କରିଛନ୍ତି ଅନେକ ପରିବାର।

ad-week
Leave A Reply

Your email address will not be published.