ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ, ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ: SRC ପ୍ରଦୀପ ଜେନା

add-all

ପାଣି ଘେରରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସବୁ ଜିଲ୍ଲାରେ ପ୍ରଶାସନ ସଜାଗ । ‘ସମସ୍ତଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା। ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇଛି। ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି। ହୀରାକୁଦ ଡ୍ୟାମ୍‌ରୁ ଛଡା ଯାଇଥିବା ବନ୍ୟା ଜଳ ମୁଣ୍ଡଳୀରେ କାଲି ସକାଳେ ପହଞ୍ଚିବ। ପ୍ରାୟ ୯ରୁ ୧୦ଲକ୍ଷ କ୍ୟୁକେସ୍‌ ପାଣି ପାସ୍‌ କରିବ। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି SRC। ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଆଲର୍ଟ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ SRC ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ।

ad-week
Leave A Reply

Your email address will not be published.