ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବାତିଲ ହେଲା ପରୀକ୍ଷା

add-all

ଭଦ୍ରକ : ସ୍କୁଲରେ ଲହଡ଼ି ମାରୁଛି ବନ୍ୟାପାଣି। ପରୀକ୍ଷା ନ ଦେଇ ଫେରିଗଲେ ଛାତ୍ରଛାତ୍ରୀ। ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷାକୁ ବାତିଲ କଲେ ପ୍ରଧାନଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ କାସିମପୁର ପଞ୍ଚାୟତର ହେମେନ୍ଦ୍ର ନାଥ ହାଇସ୍କୁଲରେ। ଆଜି ପିଲାମାନଙ୍କର ଫରମେଟିଭ ଆସେସମେଣ୍ଟ ପରୀକ୍ଷା ଥିଲା।

ସକାଳେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ସ୍କୁଲକୁ ଆସିଥିଲେ। ପିଲାମାନେ ପରୀକ୍ଷା ଦେବାକୁ କ୍ଲାସରେ ବସିଥିବା ବେଳେ ହଠାତ୍ ସ୍କୁଲ ଭିତରକୁ ବନ୍ୟା ପାଣି ପଶି ଆସିଥିଲା। ଶିକ୍ଷକମାନେ ତତକ୍ଷଣାତ୍ ପିଲାମାନଙ୍କୁ ସୁରକ୍ଷିତ ଭାବେ ସ୍କୁଲ କ୍ୟାମ୍ପସ ବାହାରକୁ କାଢ଼ି ଆଣିଥିଲେ। ପରେ ପ୍ରଧାନଶିକ୍ଷକ ପରୀକ୍ଷାକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରି ଦେଇଥିଲେ।

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିବାରୁ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ମଧ୍ୟ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଯାଇଛି। କେତେକ ଜଗାରେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି।

ad-week
Leave A Reply

Your email address will not be published.