ବୈତରଣୀରେ ଭାସିଗଲେ ଯୁବକ, ଅଗ୍ନିଶମ ବିଭାଗ ପକ୍ଷରୁ ତଲାସି ଜାରି

add-all

ଭଦ୍ରକ: ରାଜ୍ୟରେ ବନ୍ୟାଜଳକୁ ନେଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ଆରଡ଼ିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୈତରଣୀରେ ନଦୀରେ ଭାସିଯାଇଛନ୍ତି ମୁଆଁଗାଁର ଜଣେ ଯୁବକ । କୁମ୍ଭୀର ଟାଣି ନେଇଥିବା ସୂଚନା ମିଳିଥିବା ବେଳେ ଖୋଜାଖୋଜି ଜାରି ରହିଛି । ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ତଲାସି ଜାରି ରହିଛି ।

ତେବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଭଦ୍ରକ ଜିଲ୍ଲା । ଧାମନଗର ସୀମାନ୍ତ ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ବାଟ ଦେଇ ଗେଙ୍ଗୁଟିରେ ପାଣି ପଶିବାରୁ ଦୋବଲ ଓ ଧୁଷୁରୀ ଜଳମଗ୍ନ ହୋଇଛି। ଗତ ତିନି ଦିନ ହେଲା ଧାମନଗର ଅଞ୍ଚଳରେ ବନ୍ୟାସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଆରଡି ନିକଟସ୍ଥ ମୁଆଁଗାଁ ନିକଟରେ ଏକ ଅଘଟଣ ଘଟିଛି। ବୈତରଣୀ ନଦୀରେ ଶୌଚ ହେଉଥିବା ବେଳେ ଭାସିଯାଇ ଘନଶ୍ୟାମ ଦାସ ନାମକ ଜଣେ ଯୁବକ ନିଖୋଜ ଅଛନ୍ତି । ଯୁବକ ଜଣକଙ୍କୁ କୁମ୍ଭୀର ଝାମ୍ପି ନେଇଥିବା ସନ୍ଦେହ କରାଯାଉଛି । ନଦୀରେ ବର୍ତ୍ତମାନ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ନିଖୋଜ ଯୁବକଙ୍କ ପତ୍ତା ମିଳୁନାହିଁ ।

ad-week
Leave A Reply

Your email address will not be published.