କାଣୀ ନଦୀରେ ୧୫୦ଫୁଟ ଓ ପାଇକା ନଦୀରେ ୫୦ ଫୁଟର ଘାଇ

add-all

ଯାଜପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଲୋକଙ୍କର ଘର ଭିତରକୁ ପାଣି ପଶିଛି। ଚାଷଜମି ଜଳାର୍ଣ୍ଣବ ହୋଇଛି। ପ୍ରଶାସନ ପକ୍ଷରୁ ଜଳବନ୍ଦିର ସାମ୍ନା କରିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲରେ ରଖାଯାଇ ସୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।

ସେହିପରି ଜଗତସିଂହପୁର ଜିଲ୍ଲା ପାଇକା ନଦୀର କାଠକୋଟ ଗାଁ ନିକଟରେ ୫୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ପରେ ଗାଁକୁ ପାରି ପଶିଛି। ଲୋକେ ଆତଙ୍କିତ ହୋଇଥିବା ଜଣାଯାଇଛି। ବନ୍ୟାଜଳ ପାଇଁ ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର ବଢ଼ିବାରେ ଲାଗିଛି | ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ନିମାପଡ଼ାରେ କୁଶଭଦ୍ରା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି।

ad-week
Leave A Reply

Your email address will not be published.