ସଂସଦୀୟ ମେମ୍ବର ବୋର୍ଡ଼ରୁ ବାଦପଡ଼ିଲେ ଗଡ଼କରୀ, ଶିବରାଜ ଚୌହାନ

add-all

ନୂଆଦିଲ୍ଲୀ: ସଂସଦୀୟ ମେମ୍ବର ବୋର୍ଡ଼ରୁ ବିଜେପରି ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବାଦ ପଡ଼ିଛନ୍ତି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଂସଦୀୟ ବୋର୍ଡ଼ର ପୁନର୍ଗଠନ କରିଛନ୍ତି। ଏଥିରେ ଉପରୋକ୍ତ ୨ ବରିଷ୍ଠ ନେତାଙ୍କୁ ବସେଇ ଦିଆଯା‌ଇଛି। ତେବେ ଉକ୍ତ ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା ଏବଂ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି।
ସଂସଦୀୟ ବୋର୍ଡ ହେଉଛି ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ବଡି । ଏହା ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ ଭୂମିକା ଦାୟିତ୍ୱ ସ୍ଥିର କରିଥାଏ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ କମିଟିରୁ ନୀତିନ ଗଡକରୀଙ୍କୁ ବାଦ ଦିଆଯିବା ତାଙ୍କ ପ୍ରତି ଏକ ବଡ଼ ଝଟକା ବୋଲି କୁହାଯାଊଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଗଡ଼କରୀ ହେଉଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀ। ସେ ମଧ୍ୟ ପୂର୍ବରୁ ବିଜେପି ଅଧ୍ୟକ୍ଷ ଥିଲେ। ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ ବୋର୍ଡରେ ପ୍ରବେଶ କରିଛନ୍ତି। ସବଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗତ ବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବିଏସ ୟେଦୁରପ୍ପାଙ୍କୁ ବାଧ୍ୟ କରାଯାଇଥିଲା।
ହେଲେ ଏବେ ତାଙ୍କୁ ବଡ଼ ପୁରସ୍କାର ସୂରୂପ ସଂସଦୀୟ ବୋର୍ଡରେ ସାମିଲ କରାଯାଇଛି। ୭୭ ବର୍ଷୀୟ ୟେଦୁରପ୍ପା ବିଜେପିର ଏଜ ବାର ୭୫ ବର୍ଷ ଅତିକ୍ରମ କରିସାରିଛନ୍ତି। କିନ୍ତୁ କର୍ଣ୍ଣାଟକରେ ତାଙ୍କର ରାଜନୈତିକ ପତିଆରା ଥିବାରୁ ତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ହୋଇଛି । ସେହିପରି ମହାରାଷ୍ଟ୍ରର ଉପମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଏହି ବୋର୍ଡ଼ରେ ସୁଯୋଗ ମିଳିଛି।

ad-week
Leave A Reply

Your email address will not be published.