ସହନୱାଜ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

add-all

ନୂଆଦିଲ୍ଲୀ:ଏକ ଦୁଷ୍କର୍ମ ମାମଲାରେ ବିଜେପି ନେତା ସହନୱାଜ୍‌ ହୁସେନଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ରେପ୍‌ ମାମଲାରେ  ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ। ଏଥିସହ ୩ ମାସ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଉକ୍ତ ମାମଲାରେ ପୁଲିସ ମାମଲା ରୁଜୁ କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରିଥିବା କୋର୍ଟ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ। ସେହିପରି ତଳ କୋର୍ଟ ମଧ୍ୟ ପୁଲିସ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ହାଇକୋର୍ଟ କହିଛନ୍ତି। ସେହିପରି ସମ୍ପୃକ୍ତ ମହିଳା ଆଣିଥିବା ଅଭିଯୋଗକୁ ତଳ କୋର୍ଟ ଗୁରୁତର ସହ ନେବାକୁ ପୁଲିସକୁ କହିଥିଲେ। ସୂଚନା ଅନୁଯାୟୀ ଗତ ଜାନୁଆରି ୨୦୧୮ରେ  ଦିଲ୍ଲୀର ଜଣେ ମହିଳା ହୁସେନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ସେ ତଳ କୋର୍ଟରେ ପିଟିସନ୍ ଫାଇଲ କରିଥିଲେ। ହୁସେନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଥିଲେ।  ଏଥିସହ ହତ୍ୟା ଧମକ୍ ଦେଇଥିବା ଦର୍ଶାଇଥିଲେ।

ad-week
Leave A Reply

Your email address will not be published.