ଭଦ୍ରକରେ ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ମୁତୟନ, ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ବନ୍ଦ ଘୋଷଣା

Independence

ଭଦ୍ରକ: ଲଘୁଚାପ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ ଓ ଏନଡିଆରଏଫ ଟିମ ମୁତୟନ ହେବେ। ତଳିଆ ଅଞ୍ଚଳ ର ଲୋକଙ୍କୁ ସଚେତନ କରାଯାଉଛି । ତେବେ କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ବର୍ଷା ଉପରେ ନଜର ରଖାଯାଉଛି। ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମରେ ଗୋଟିଏ ଗେଟ୍ ଖୋଲାଯାଇଛି।

ବର୍ଷାକୁ ଦେଖି ଗେଟ୍ ଖୋଲାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି। ବିଭିନ୍ନ ଅଞ୍ଚଳର ପିଆରଆଇ ମେମ୍ବରଙ୍କୁ ସଜାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଅନୁଯାୟୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ। ତେବେ ବର୍ଷାକୁ ନଜରରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.