ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟ ଶାସନ ସଚିବ

add-all

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଅନେକ ବିଭାଗିୟ ଅଫିସର , ଅନୁଗୁଳ ଜିଲ୍ଲାର ବନ ଅଧିକାରୀ ଓ ଜିଲ୍ଲାପାଳ ଯୋଗ ଦେଇଥିଲେ । ଆୟୋଜିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ବନ୍ୟ ଜୀବନ ସୁରକ୍ଷା ଓ ପରିଚାଳନା ଯୋଜନା କୁ କିପରି କାର୍ଯ୍ୟକାରି କରାଯିବ ସେହି ପ୍ରସଙ୍ଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଏବଂ ପରିବେଶ ବିଭାଗ ସତ୍ୟବ୍ରତ ସାହୁ ଆଲୋଚନା କରିଥିଲେ ।

ବୈଠକରେ ହୋଇଥିବା ଆଲୋଚନାରେ ଦର୍ଶାଯାଇଛି ଯେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଗୁଡ଼ିକ ଯଥା ଉତ୍କଳ ଇ କୋଇଲା, ରାଧିକାପୁର ଇଷ୍ଟ କୋଇଲା, ରାଧିକାପୁର ୱେଷ୍ଟ କୋଇଲା ଏବଂ ନଳିନୀ କୋଇଲା ବ୍ଲକ ପ୍ରମୁଖ ବ୍ଲକଗୁଡିକ ଅନ୍ତର୍ଭୁକ୍ତ ହୋଇଛି। ଏହି ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ ସେମାନଙ୍କର ସମ୍ଭାବ୍ୟ ପ୍ରଭାବ କ୍ଷେତ୍ରଗୁଡିକ ସହିତ ଚେଣ୍ଡିପଡା, କଣିହା ଓ ଜରପଡା ଯାହା ଅନୁଗୁଳ ଜଙ୍ଗଲ ଡିଭିଜନର ରେଞ୍ଜ ଏବଂ ଦେଓଗଡ ଡିଭିଜନର ରେମାଳ ଜଙ୍ଗଲ ରେଞ୍ଜ ମଧ୍ୟରେ ଅନ୍ତର୍ଭୁକ୍ତ ​​| ଏହି ଜଙ୍ଗଲ ଡିଭିଜନ ରେଞ୍ଜ ମଧ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ସଂରକ୍ଷଣ ହାତୀମାନଙ୍କର ଚଲାପଥ ଓ ଗତିବିଧି ଉପରେ କିପରି କୋଇଲା ଖଣିର ପ୍ରତିକୂଳ ପ୍ରଭାବ ନପଡିବ ଯଦି କୋଇଲା ଖଣିର ପ୍ରତିକୂଳ ପ୍ରଭାବ ପଡେ ଏହାକୁ କିପରି ହ୍ରାସ କରାଯିବ ସେଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କିମ୍ବା ଇଣ୍ଡିଆନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ପରି ଜାତୀୟ ସ୍ତରର ଅନୁଷ୍ଠାନ ମାଧ୍ୟମରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆଲୋଚନାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ଶାସନ ସଚିବ ଇସ୍ପାତ ଏବଂ ଖଣି ଦେଓ ରଂଜନ କୁମାର ସିଂ, ଜଙ୍ଗଲ ବିଭାଗ ମୁଖ୍ୟ ବନ ସଂରକ୍ଷକ (ହୋଏଫ୍) ଦେବୀଦତ୍ତ ବିଶ୍ବାଳ , ପିସିସିଏଫ୍ ୱାଇଲ୍ଡ ଲାଇଫ୍, ୱାଇଲ୍ଡ ଲାଇଫର ମୁଖ୍ୟ ସଂରକ୍ଷକ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଭାଗ ନେଇଥିଲେ। ।

ad-week
Leave A Reply

Your email address will not be published.