ଜୁଡ଼ିଆ ଘାଟିରେ ଧସିଲା ପଥର, ଯାତାୟତ ବାଧାପ୍ରାପ୍ତ

add-all

କେନ୍ଦୁଝର : ଜୁଡ଼ିଆ ଘାଟିରେ ଧସିଲା ପଥର । କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟିରେ ଧସିଛି ପଥର । ଯାହାଫଳରେ ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍ ଅଳ୍ପକେ ବର୍ତ୍ତି ଯାଇଛି।

ତେବେ ଜୁଡ଼ିଆ ଘାଟିରେ ୩ ରୁ ୪ଟି ସ୍ଥାନରେ ପଥର ଧସିଛି। ଖବର ପାଇ ଜାତୀୟ ରାଜପଥର କୁଇକ୍ ରେସପଣ୍ଡ ଟିମ୍ ପକ୍ଷରୁ ରାସ୍ତାରୁ ପଥର ହଟାଯାଇଛି।

ତେବେ ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ସଜାଗ ରହିଛି। ରାସ୍ତାର ଗୋଟିଏ ପଟେ ଯାନବାହନ ଚଳାଚଳ ନିଷେଧ କରାଯାଇଛି। ଯଦି ବର୍ଷା ଲାଗି ରୁହେ ତେବେ ପାହାଡ଼ ଉପରୁ ପୁଣି ମାଟି ଅତଡ଼ା ଖସିପାରେ ବୋଲି ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.