ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ନାବାଳକ, ଉଦ୍ଧାର କଲେ ଗ୍ରାମବାସୀ

add-all

ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଲରେ ଡେରଜାଙ୍ଗ ଡ୍ୟାମ୍ ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସିଥିଲା। ଫଳରେ ପରତରା ଗ୍ରାମର ଜଣେ ନାବାଳକ ପାଣିରେ ଭାସି ଯାଉଥିବାର ଜଣା ପଡ଼ିଥିଲା। ପାଣିରେ ଦୁଇ କିଲୋମିଟର ଭାସିଯିବା ପରେ, ଜରାସିଂହା ଗ୍ରାମର କିଛି ଲୋକ ପାଣିରେ ଭାସି ଆସୁଥିବାର ଦେଖି ତାକୁ ଉଦ୍ଧାର କରିଥିଲେ।

ଗ୍ରାମବାସୀ ଏକତ୍ରିତ ହୋଇ ସାହସ କରି ଯୁବକଙ୍କୁ ବଢ଼ି ପାଣିରୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ତାର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣା ପଡିଛି। ଲୋକମାନଙ୍କ ସାହସିକତା ଯୋଗୁଁ ଗୋଟିଏ ଜୀବନ ବଞ୍ଚିଗଲା। ନାବାଳକଜଣଙ୍କ ହେଲେ ପରତରା ଗ୍ରାମର ୧୪ ବର୍ଷିୟ ଅନୀଲ ନାଏକ।

ad-week
Leave A Reply

Your email address will not be published.