ବୈତରଣୀରେ କୁମ୍ଭୀର, ଲୋକେ ଭୟଭୀତ

add-all

ଧାମନଗର: ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ନିର୍ମାଣାଧୀନ ବୈତରଣୀ ସେତୁ ନିକଟରେ ଶନିବାର ଅପରାହ୍ନରେ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ନଦୀରେ କୁମ୍ଭୀର ଭାସୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ସ୍ଥାନୀୟ ଯୁବକମାନେ ସେତୁ ଉପରେ ଠିଆ ହୋଇ ବନ୍ୟା ପାଣି ଦେଖୁଥିବା ବେଳେ ଏକ କୁମ୍ଭୀର ନଜରକୁ ଆସିଥିଲା।

ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। କୁମ୍ଭୀରଟି ଧୀରେ ଧୀରେ ଆନନ୍ଦପୁର ଘାଟରୁ ତଳକୁ ଉତେଇପୁର ଆଡ଼କୁ ନଦୀରେ ଯାଇଥିଲା। ଉତେଇପୁର ଅଞ୍ଚଳରେ ଲୋକେ ଡଙ୍ଗା ସାହାଯ୍ୟରେ ଜାଲ ଧରି ନଦୀରେ କୁମ୍ଭୀର ଖୋଜିଥିଲେ। ଏନେଇ ଧାମନଗର ବନ ବିଭାଗ ପାଖରେ କୌଣସି ଖବର ନ ଥିବା ରେଞ୍ଜର କୁଶ ଚରଣ ସିଂ ପ୍ରକାଶ କରିଛନ୍ତି। ତେବେ ମିଠା ପାଣି ପାଇ କୁମ୍ଭୀର ଉପରକୁ ଉଠି ଆସିଥିବ। ପୁଣି ତଳକୁ ପଳାଇଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.