ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

add-all

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ବଢି ପାଣି କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ଥିବା ବିପନ୍ନଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାଜଳ ଛାଡିବା ପରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ସଡକ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍‌ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

ଜଳଉତ୍ସ ଏବଂ ନଳକୂପ ବିଶୋଧନ, ଜନସ୍ୱାସ୍ଥ୍ୟ, ପଶୁସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି।ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ସେନେଇ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି। କ୍ଷୟକ୍ଷତିର ଆକଳନ ପାଇଁ ପ୍ରତି ବ୍ଲକସ୍ତରରେ ଟିମ୍‌ ମାନ ଗଠନ କରାଯିବ।

ad-week
Leave A Reply

Your email address will not be published.