ଜୁନିଅର ଏନଟିଆରଙ୍କୁ ଶାହ ଭେଟିବା ପରେ ତେଲେଙ୍ଗାନା ରାଜନୀତିରେ କମ୍ପନ

add-all

ବିଶାଖାପାଟଣା :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ରାତିରେ ହାଇଦ୍ରାବାଦର ଏକ ହୋଟେଲରେ ଟଲିଉଡ ତାରକା ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ରାଜମୌଲିଙ୍କ ଦ୍ଵାରା ନିର୍ଦ୍ଦେଶିତ ‘RRR’ ସିନେମାରେ ଜୁନିଅର ଏନଟିଆରଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଉଭୟଙ୍କ ଭେଟଘାଟକୁ ନେଇ ଉଭୟ ଆନ୍ଧ୍ର ଏବଂ ତେଲେଙ୍ଗା ରାଜନୀତରେ କମ୍ପନ ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଏହି ସରପ୍ରାଇଜ୍‌ ଭେଟଘାଟ ସମ୍ପର୍କରେ ସ୍ଥାନୀୟ ବିଜେପି ପାଖରେ ସୂଚନା ନଥିଲା। ୨୦୦୯ ନିର୍ବାଚନରେ ​​ଟିଡିପି ପାଇଁ ସାରା ଆନ୍ଧ୍ରପ୍ରଦେଶ ସକ୍ରିୟ ପ୍ରଚାର କରିଥିଲେ ଜୁନିଅର ଏନଟିଆର। ସେବେଠାରୁ ଟିଡିପି ପ୍ରତିଷ୍ଠାତା ସ୍ୱର୍ଗତ ଏନଟି ରାମାରାଓଙ୍କ ନାତି ଜୁନିଅର ଏନଟିଆର ନିଜକୁ ବର୍ତ୍ତମାନ ସୁଧା ରାଜନୀତିରୁ ଦୂରେଇ ରଖିଛନ୍ତି।
ଏବେ ଶାହ ଆସି ତାଙ୍କୁ ଭେଟିବା ପରେ ରାଜନୈତିକ ପାଣିପାଗ ହଲଚଲ ହୋଇଛି। ଜୁନିଅର ଏନଟିଆର ବିଜେପିରେ ଯୋଗ ଦେବା ନେଇ କୌଣସି ସିଧାସଳଖ ଜବାବ ଦେଇ ନଥିଲା ବେଳେ ଆଗାମୀ ଦିନରେ ମିଶିବା ନେଇ ଇଶାରା ଦେଇଛନ୍ତି ଗୃହମନ୍ତ୍ରୀ। ଆଶ୍ଚର୍ଯ୍ୟର କଥା ହେଉଛି, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି ତେଲେଙ୍ଗାନା ରାଜ୍ୟ ନେତାମାନେ ଏହି ବୈଠକ ବିଷୟରେ ଅବଗତ ନଥିଲେ। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଗୃହମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ସମ୍ପର୍କରେ ଆମକୁ ମାତ୍ର ଏକ ଘଣ୍ଟା ପୂର୍ବରୁ ଜଣାଯାଇଥିଲା। କେବଳ ଜୁନିଅର ଏନଟିଆର କାହିଁକି ଏହି ଚଳଚ୍ଚିତ୍ରରେ ରାମଚରଣ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।
ତେବେ ଉଭୟଙ୍କୁ ପ୍ରଶଂସା ପାଇଁ ନିମନ୍ତ୍ରଣ କରାଯିବା ଉଚିତ ଥିଲା ବୋଲି ବିଜେପି ମହଲରେ ଆଲୋଚନା ହେଉଛି । କିନ୍ତୁ ଅମିତ ଶାହ ଟଲିଉଡ ଅଭିନେତା ଜୁନିଅର ଏନଟିଆରଙ୍କୁ ଭେଟିଥିଲେ ।ଏହି ବୈଠକ ପଛରେ ଏକ ବଡ଼ ରାଜନୈତିକ ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ହେଉଛି। ରାଜମୌଲିଙ୍କ ବାପା ତଥା ‘ଆରଆରଆର’ କାହାଣୀ ଲେଖକ ବିଜୟେନ୍ଦ୍ର ପ୍ରସାଦଙ୍କୁ ରାଜ୍ୟସଭାକୁ ବିଜେପି ପଠାଇବା ପରେ ଏହି ବୈଠକ ହୋଇଛି । ତେଲେଙ୍ଗାନାର ଭୋଟର ଓ ବିଶେଷ କରି ଗ୍ରେଟର ହାଇଦ୍ରାବାଦ ମୁନିସପାଲିଟି ପରିଧିରେ ଥିବା ଉଭୟ ତେଲଗୁ ରାଜ୍ୟର ଭୋଟରଙ୍କୁ ଲକ୍ଷ୍ୟ କରି ଏହି ବୈଠକ ହୋଇଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.