ପୁରୀ ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଭାରତୀୟ ନୌସେନା

add-all

ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରବଳ ବର୍ଷା ହେତୁ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ଯୋଗାଇବା ପାଇଁ ଭାରତୀୟ ନୌସେନା ଓଡିଶା ସରକାରଙ୍କ ସହ ସହଯୋଗର ହାତ ମିଳାଇଛି ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।

ଗତକାଲି ବନ୍ୟା ପ୍ରଭାବିତ ଅଞ୍ଚଳରେ ଡାଇଭିଂ ଏବଂ ବନ୍ୟା ସହାୟତା ଦଳ, ଏକ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ଅଭିଜ୍ଞ ସହାୟକ କର୍ମଚାରୀଙ୍କୁ ଭାରତୀୟ ନୌସେନା ପକ୍ଷରୁ ନିୟୋଜିତ କରାଯାଇଛି।

ବନ୍ୟାରେ ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଏକ କମ୍ୟୁନିଟି ରୋଷେଇ ଘର ମଧ୍ୟ ଖୋଲିବାକୁ ଭାରତୀୟ ନୌସେନା ପକ୍ଷରୁ ଯୋଜନା କରାଯାଉଛି। ଉକ୍ତ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀମାନେ ମଧ୍ୟ ଆଗେଇ ଆସିଥିବାର ଦେଖାଯାଇଛି।

ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆବଶ୍ୟକୀୟ ଯାନ ଏବଂ ଡଙ୍ଗା ସହିତ ୪୦ ଜଣ ନୌସେନା କର୍ମଚାରୀଙ୍କୁ ନେଇ ଗଠିତ ଏହି ଟିମ୍ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ ସହାୟତା ମିଶନ ରେ କାର୍ଯ୍ୟରତ ଅଛନ୍ତି।

ad-week
Leave A Reply

Your email address will not be published.