ବ୍ରହ୍ମୋସ ମିସାଇଲ ବିଭ୍ରାଟ: ୩ ବାୟୁସେନା ଅଧିକାରୀ ବରଖାସ୍ତ

add-all

ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲ ବିଭ୍ରାଟ ଘଟଣାରେ ଆଜି ବାୟୁସେନାର ୩ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ତତ୍କାଳ ଭାବେ ବାୟୁସେନାର ଜଣେ ଗ୍ରୁପ୍ କ୍ୟାପ୍ଟେନ ଓ ୨ ଜଣ ୱିଙ୍ଗ କମାଣ୍ଡରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ୨୦୨୨ ମାର୍ଚ୍ଚ ୯ରେ ଗୋଟିଏ ବ୍ରହ୍ମୋସ ମିସାଇଲ ଦୁର୍ଘଟଣାବଶତଃ ଉତକ୍ଷେପଣ ହୋଯାଇଥିଲା।
ଏହାର ତଦନ୍ତ ପାଇଁ କୋର୍ଟ ଅଫ ଇନକ୍ୱାରୀ ବସିଥିଲା। ଘଟଣା ପାଇଁ ଦାୟୀ କିଏ ତା’ର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ବାୟୁସେନାର ୩ ଜଣ ଅଧିକାରୀ ଏସ୍ଓପି ପାଳନ କରି ନଥିବାରୁ ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତ ବେଳେ ମଧ୍ୟ ଏହି ୩ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା। ଚୂଡ଼ାନ୍ତ ରିପୋର୍ଟରେ ମଧ୍ୟ ୩ ଅଧିକାରୀଙ୍କୁ ଦୋଷୀ ଭାବେ ବିବେଚନା କରାଯାଇଛି। ତେଣୁ ସେମାନଙ୍କୁ ତତ୍କାଳ ଭାବେ ଚାକିରିରୁ ବାହାର କରି ଦିଆଯାଇଛି।
ବ୍ରହ୍ମୋସ ମିସାଇଲ ଦୁର୍ଘଟଣାବଶତଃ ଉତକ୍ଷେପଣ ହେବା ସହ ଭାରତୀୟ ଏୟାରବେସ୍‌ରୁ ଯାଇ ସିଧା ପାକିସ୍ତାନ ମାଟିରେ ପଡ଼ିଥିଲା। ପାକିସ୍ତାନର ମିଆଁ ଚାନ୍ନୁ ଅଞ୍ଚଳରେ ମିସାଇଲ ମାଡ଼ ହେବାରୁ ହଇଚଇ ସୃଷ୍ଟି ହୋଇଥିଲା। ଅବଶ୍ୟ ଏଥିରେ କେହି ମୃତାହତ ହୋଇ ନଥିଲେ। ତଥାପି ପାକିସ୍ତାନ ଘଟଣାକୁ ନେଇ ଭାରତୀୟ ଦୂତାବାସରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲା।
ତେବେ ଏହା ପୂର୍ବରୁ ଭାରତ ସରକାର ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇ ସାରିଥିଲା। ମାର୍ଚ୍ଚ ୧୫ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନରେ ପଡ଼ିଥିବା ମିସାଇଲ ଘଟଣାର ତଦନ୍ତ ଉଚ୍ଚସ୍ତରୀୟ କମିଟି କରୁଛି ବୋଲି ରାଜ୍ୟସଭାରେ ସମସ୍ତଙ୍କୁ ସୂଚନା ଦେଇଥିଲେ।

ad-week
Leave A Reply

Your email address will not be published.