ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ

add-all

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନମଙ୍କୁ ଆଜି ଜାମିନ ମିଳିଛି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ତାଙ୍କୁ ଆଜି ଜାମିନ ଦେଇଛନ୍ତି। ଏହି ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଜେଲରେ ଅଛନ୍ତି। ସେ ମଧ୍ୟ ରୋଜ ଆଭିନ୍ୟୁ କୋର୍ଟଆରେ ପୂର୍ବରୁ ଜାମିନ ଆବେଦନ କରି ସାରିଥିଲେ। ଏହାର ଶୁଣାଣି ଶନିବାର ହୋଇଥିଲା।
ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ ହେବ। ସେହିପରି ଘଟଣାର ଆଉ ଦୁଇ ଅଭିଯୁକ୍ତ ଅଙ୍କୁଶ ଓ ବୈଭବଙ୍କ ଜାମିନ ଆବଦନର ଶୁଶାଣି ମଧ୍ୟ ସେହିଦିନ ହେବ ବୋଲି କୋର୍ଟ କହିଛନ୍ତି।
ଏହାପୂର୍ବରୁ ଅର୍ଥାତ ୨୦୨୨ ଅଗଷ୍ଟ ୬ରେ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ କୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ତଦନ୍ତ ବେଳେ ପୁନମ ଜୈନ, ସୁନୀଲ କୁମାର ଜୈନ ଓ ଅଜିତ କୁମାର ଜୈନଙ୍କୁ ଗିରଫ କରାଯାଇ ନଥିଲା। ଏଥିସହ ଘଟଣାରେ ଗୋଟିଏ ଚାର୍ଜଶିଟ ମଧ୍ୟ ଇଡି ଦାଖଲ କରି ସାରିଥିଲା। ତେଣୁ ସେମାନଙ୍କୁ ଜାମିନ ଦେବାରେ ଅସୁବିଧା ନଥିବା କୋର୍ଟ କହିଥିଲେ।
ଚାର୍ଜଶିଟରେ ଇଡି ୧୦ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଅଭିଯୁକ୍ତ ତାଲିକାରେ ୪ଟି ଘରୋଇ ଫାର୍ମ ରହିଥିବା ବେଳେ ୬ ଜଣ ବ୍ୟକ୍ତିବିଶେଷଙ୍କ ନାଁ ରହିଛି। ଏହି ୬ ଜଣଙ୍କ ମଧ୍ୟରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଅଙ୍କୁଶ ଜୈନ ଓ ବୈଭବ ଜୈନ ରହିଥିଲେ। ଏମାନଙ୍କୁ ଇଡି ଗିରଫ କରିଥିଲା। ଏବେ ସମସ୍ତେ ଜେଲରେ ଅଛନ୍ତି।

ad-week
Leave A Reply

Your email address will not be published.