ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ମନ୍ତ୍ରୀ ଅଶୋକ ପଣ୍ଡା

add-all

ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର ବନ୍ୟାଜଳ ଘେରରେ ରହିଥିବା ପରିବାରମାନଙ୍କୁ ମଙ୍ଗଳବାର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି, ଇଟିପୂର, ଲୀଙ୍ଗିପୁର, ଶିଶୁପାଳ, ଧଉଳୀ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଟିକରପଡ଼ା ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି ଏଥିରେ ସାହାଯ୍ୟ କରିଥିଲେ।

ad-week
Leave A Reply

Your email address will not be published.