ଗିରଫ ପରେ ବିଧାୟକ ରାଜାଙ୍କୁ ନିଲମ୍ବିତ କଲା ବିଜେପି

add-all

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କ ଅଭଦ୍ର ଟିପ୍ପଣୀ କରି ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି। ଆଜି ସକାଳେ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି। ଏଥିସହ କାହିଁକି ତାଙ୍କୁ ଦଳରୁ ବହିଷ୍କାର କରା ନଯିବ, ତା’ର ଜବାବ ୧୦ ଦିନ ମଧ୍ୟରେ ଦେବାକୁ ମଧ୍ୟ ବିଜେପି ହାଇକମାଣ୍ଡ ନୋଟିସରେ କହିଛନ୍ତି।
ବିଜେପିର କେନ୍ଦ୍ରୀୟ ଶୃଙ୍ଖଳା କମିଟିର ମହାସଚିବ ଓମ ପାଠକ ଜାରି କରିଥିବା ନୋଟିସରେ କହିଛନ୍ତି, “ଅନେକ ପ୍ରସଙ୍ଗରେ ଆପଣ ଦଳର ଆଭିମୁଖ୍ୟ ଠାରୁ ଆଗକୁ ଯାଇ ମତ ରଖିଛନ୍ତି। ଏହା ସ୍ପଷ୍ଟ ଭାବେ ଭାରତୀୟ ଜନତା ପାର୍ଟି ପ୍ରଣୟନ କରିଥିବା ସମ୍ବିଧାନର ୧୦(କ) ଅନ୍ତର୍ଗତ ନିୟମ xxvର ଖୋଲା ଉଲ୍ଲଙ୍ଘନ।
ମୋତେ ନିର୍ଦ୍ଦେଶ ଦିଆଯାଇଛି ଯେ ଏହାର ଅଧିକ ତଦନ୍ତ କରାଯିବ। ଏଥିପାଇଁ ଆପଣଙ୍କୁ ତତ୍କାଳ ଭାବେ ଦଳରୁ ନିଲମ୍ବିତ କରାଯାଉଛି। ଏହି ନୋଟିସର ଜାରି ହେବାର ୧୦ ଦିନ ମଧ୍ୟରେ ଆପଣଙ୍କୁ କାହିଁକି ଦଳରୁ ବହିଷ୍କାର କରା ନଯିବ, ତା’ର ଜବାବ ଦୟାକରି ଦିଅନ୍ତୁ। ଆପଣଙ୍କ ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର।”
ସୋମବାର ବିଧାୟକ ରାଜା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଶବ୍ଦ ପ୍ରୟୋଗ କରି ଭିଡିଓ ଜାରି କରିଥିଲେ। ଏହାକୁ ନେଇ ହାଇଦ୍ରାବାଦରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିବାରୁ ପୁଲିସ୍‌ ବିଧାୟକ ରାଜାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ଆଜି ସକାଳୁ ତାଙ୍କୁ ୧୫୩କ, ୨୯୫ ଓ ୫୦୫ ଦଫାରେ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.