ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

add-all

ନୂଆଦିଲ୍ଲୀ: ସୁସ୍ଥ ହେଉଛନ୍ତି ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଦୀର୍ଘ ୧୫ ଦିନ ପରେ ଫେରିଲା ତାଙ୍କ ଚେତା। ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି। ଏନେଇ ତାଙ୍କ ପିଆର୍‌ଓ ଆଜି ସୂଚନା ଦେଇଛନ୍ତି।
ରାଜୁ ଶ୍ରୀବାସ୍ତବଙ୍କ ପିଆର୍‌ଓ ତଥା ପରାମର୍ଶଦାତା ଅଜିତ ସକ୍‌ସେନାଙ୍କ କହିବା ମୁତାବକ, ଆଜି ସକାଳ ୮.୧୦ରେ ରାଜୁଙ୍କ ଚେତା ଫେରିଛି। ଏହାପରେ ଡାକ୍ତରୀ ଟିମ୍‌ ତାଙ୍କ ଚେକ୍‌ଅପ୍‌ କରିଛନ୍ତି। ରାଜୁଙ୍କ ଚେତା ଫେରିବା ପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।
ଗତ କିଛି ଦିନ ତଳେ ଡାକ୍ତରମାନେ ରାଜୁଙ୍କ ବ୍ରେନ୍‌ର ତିନୋଟି ଶିରା ମଧ୍ୟରୁ ଗୋଟିଏରେ ଏବେବି ବ୍ଲକେଜ ଥିବା କହିଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ଜାରି ରହିଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ରାଜୁଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ନ୍ୟୁରୋଫିଜିଓଥେରାରିର ସହାୟତା ନେଉଛନ୍ତି। ତାଙ୍କ ମନସିକ ସ୍ଥିତିରେ ମଧ୍ୟ ସୁଧାର ଆଣିବା ପାଇଁ ଡାକ୍ତରମାନେ ତାଙ୍କୁ ଅମିତାଭ ବଚ୍ଚନଙ୍କ ଭଏସ୍‌ ଶୁଣାଉଛନ୍ତି। ପ୍ରଥମେ ରାଜୁଙ୍କ ବ୍ରେନ୍‌ ଡେଡ୍‌ ଓ ପରେ ସେ କୋମାରେ ଥିବା ସୂଚନା ମିଳିଥିଲା।
ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ ହୋଇଥିଲା ଓ ସେ ବ୍ୟାୟମ କରିବା ବେଳେ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କର ଚିକିତ୍ସା ଚାଲିଛି। ସେ କିଭଳି ଶୀଘ୍ର ସୁସ୍ଥ ହେବେ ସେ ନେଇ ତାଙ୍କ ପରିବାର ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି।

ad-week
Leave A Reply

Your email address will not be published.