ବାଗଚୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ରୁଥ୍‌

add-all

ଭୁବନେଶ୍ୱର : ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ଶ୍ରୀ ସିନ୍‌ ରୁଥ୍‌ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ସମୟରେ ରାଜନୈତିକ ଓ ଅର୍ଥନୈତିକ ବିଶେଷଜ୍ଞ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ ଶ୍ରୀ ରୁଥ୍‌ଙ୍କ ସହ ଉପସ୍ଥିତ ଥିଲେ। ଶ୍ରୀ ରୁଥ୍‌ ଏବଂ ତାଙ୍କ ସହଯୋଗୀମାନେ ଶ୍ରୀ ବାଗ୍‌ଚୀଙ୍କ ସହ ଯୁବବର୍ଗଙ୍କ ଦକ୍ଷତା ବିକାଶ ସମେତ ରାଜ୍ୟର ବୃହତ୍ତର ଅର୍ଥନୈତିକ ଓ ରାଜନୈତିକ ବିଷୟ ନେଇ ଦୀର୍ଘ ଏକ ଘଣ୍ଟାକାଳ ଆଲୋଚନା କରିଥିଲେ।

ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ବାଗଚୀ ଅତିଥିମାନଙ୍କୁ ଓଡ଼ିଶା ପରିଦର୍ଶନ ନେଇ ଧନ୍ୟବାଦ ଜ୍ଞାପନ କରିବା ସହ ଭବିଷ୍ୟତରେ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ ସହ ସମସ୍ତ ସ୍ତରରେ ଅଧିକ ସହଯୋଗ ଏବଂ ଭାବବିନିମୟ ଜାରି ରହିବ ବୋଲି ଆଶା ପ୍ରକାଶ କରିଥିଲେ। ଶ୍ରୀ ବାଗଚୀଙ୍କ ତରଫରୁ ଶ୍ରୀ ରୁଥ୍‌ଙ୍କୁ ଓଡ଼ିଶାର ଏକ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।

ad-week
Leave A Reply

Your email address will not be published.