ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ ୫୦ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରଦୀପ କୁମାର ପ୍ରଧାନ(୩୨ବର୍ଷ) କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତଙ୍କୁ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ପୋକ୍ସ୍ କୋର୍ଟର ସ୍ଵତନ୍ତ୍ର ପି.ପି.ଶ୍ରୀ ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ଘଟଣା ଅନୁସାରେ ପୀଡିତା ଖେଳ ଦେଖିବାକୁ ତା୧୧.୦୯.୨୦୧୬ରିଖରେ ବନ୍ଦଗଡ ଯାଇଥିଲା। କାର୍ଯ୍ୟକ୍ରମ ରେ ଭାଗନେଇ ନ ଥିବାରୁ ତାକୁ ହଷ୍ଟେଲ୍ ରେ ରହିବାକୁ ଦିଆ ନ ଥିବାରୁ ଆଉ ଜଣେ ସାଙ୍ଗଝିଅ ସହ ଗାଆଁ କୁ ଯିବା ପାଇଁ ବସଷ୍ଟାଣ୍ଡ ରେ ବସ୍ କୁ ଅପେକ୍ଷା କରି ଥିଲା। ସାଙ୍ଗରେ ଥିବା ଝିଅ ଫୋନ୍ କରି ଅଭିଯୁକ୍ତ କୁ ଡାକିବାରୁ, ଆଉ ଜଣେ ବ୍ୟକ୍ତି ସହ ମଟର ସାଇକେଲ ଆସିଥିଲା ଏବଂ ଚାରିଜଣ ସେହି ମଟର ସାଇକେଲ ରେ ଗାଆଁ ଅଭିମୁଖେ ଯାତ୍ରା କରିଥିଲେ।ସେସ୍କାଜୋଡି ଜଙ୍ଗଲ ରାସ୍ତା ରେ ଗାଡ଼ି ଅଟକାଇ ଅନ୍ୟ ଝିଅ ଆଉ ଜଣେ ଲୋକ ସହ ଜଙ୍ଗଲ ଭିତରକୁ ଯିବାରୁ , ଅଭିଯୁକ୍ତ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବାବେଳେ ସେହି ରାସ୍ତା ରେ ଦୁଇ ଜଣ ଲୋକ ଆସି ଯିବାରୁ ପିଡିତାକୁ ଛାଡ଼ି ଦେଇ ମଟର ସାଇକେଲ ନେଇ ପଳାଇ ଯାଇଥିଲା। ପିଡିତା ସେମାନଙ୍କ ସହ ସେମାନଙ୍କ ଗାଆଁକୁ ଯାଇ ରାତିରେ ଆଶ୍ରୟ ନେଇଥିଲା। ସକାଳୁ ପିଡିତାର ପିତା ଖବର ପାଇ ଝିଅକୁ ନେଇ ଗାଆଁକୁ ଫେରିଥିଲା ଏବଂ ପିଡିତାଠୁ ସମସ୍ତ ଘଟଣା ଶୁଣି ଫିରିଙ୍ଗିଆ ଥାନାରେ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ଅନୁସାରେ ଥାନାଧିକାରୀ ଫିରିଙ୍ଗିଆ ଥାନା କେଶ୍ ନମ୍ବର ୧୧୨/୧୬ ରେ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

ad-week
Leave A Reply

Your email address will not be published.