ଏମ୍‌କେସିଜି ହସ୍ପିଟାଲରେ ଅଗ୍ନିକାଣ୍ଡ

add-all

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଆଜି ଅଗ୍ନିକାଣ୍ଡ ହୋଇଛି। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ଆଜି ମଧ୍ୟାହ୍ନରେ ଏମକେସିଜି ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡର ପଞ୍ଚମ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଏହାଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ସହ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଅଣାଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରି ସାରିଛନ୍ତି।

ଏହି ବିଲଡିଂରେ ପ୍ଲାଷ୍ଟିକ ସର୍ଜରୀ ରୋଗୀ ରହୁଥିବା ବେଳେ ଡାଇଲସିସ ୱାର୍ଡ ବି ରହିଛି। ତେଣୁ ଏଠାରେ ବହୁ ଗୁରୁତର ରୋଗୀ ଭର୍ତ୍ତି ହୋଇଥିଲେ। ହେଲେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିବା କୁହାଯାଇଛି। ତେବେ ନିଆଁ କିପରି ଲାଗିଲା ତଥା ଏହା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡ଼ିନି। ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।

ଏନେଇ ଅଧିକାରୀ ଜଣକ କହିଛନ୍ତି, ବ୍ରହ୍ମପୁର ଅଗ୍ନିଶମ ବିଭାଗର ୨ ୟୁନିଟ, ଏମକେସିଜିରେ ଥିବା ଅଗ୍ନିଶମ କାର୍ଯ୍ୟାଳୟର ଗୋଟିଏ ୟୁନିଟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରାୟ ୨୫ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିବା ବେଳେ ଏଥିନିମନ୍ତେ ସେମାନଙ୍କୁ ପ୍ରାୟ ୧୦ ମିନିଟ୍‌ ଲାଗିଥିଲା। ଓଟି-୧ର ସିଲିଂରେ ସର୍ଟସର୍କିଟ ହୋଇ ନିଆଁ ଲାଗି ତାହା ପଞ୍ଚମ ମହଲା ପର୍ଯ୍ୟନ୍ତ ବ୍ୟାପୀ ଯାଇଛି। ତେବେ କିପରି ଓ କେଉଁଠି ସର୍ଟସର୍କିଟ ହୋଇଛି ତାହା ସଠିକ୍‌ ଭାବେ ଜଣାପଡ଼ିନି।

ad-week
Leave A Reply

Your email address will not be published.