ସ୍କୁଲ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ

add-all

ଜଳେଶ୍ୱର: ସ୍କୁଲରେ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ। ଏହି ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ଯାଇଛି। ଏଭଳି ଅଭାବନୀୟକାଣ୍ଡ ଘଟାଇବା ପରେ ଦୁଇ ଶିକ୍ଷୟିତ୍ରୀ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ମଧ୍ୟ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି। ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତ ଉଜୁଡ଼ା ଗ୍ରାମର ବନମଳା ମାଝୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଯାହା ପରେ ସ୍ଥାନୀୟ ଅଭିଭାବକମାନେ ପହଞ୍ଚି ସ୍କୁଲରୁ ପିଲାମାନଙ୍କୁ ଘରକୁ ନେଇଯିବା ସହ ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି।

ସୂଚନା ମୁତାବକ, ଆଜି ପୂର୍ବାହ୍ନ ୧୦ରେ ସ୍କୁଲ ଖୋଲିଥିଲ। ହେଲେ ଶିକ୍ଷୟିତ୍ରୀ ସୀତାଞ୍ଜଳି ଧଳ ବିଳମ୍ୱରେ ଆସିବାରୁ ଆଉ ଜଣେ ସହକାରୀ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା ମୋବାଇଲରେ ଏହି ସମୟର ଫୋଟୋ ଉଠାଇଥିଲେ। ଏହାକୁ ଇନ୍ଦୁମତୀ ବିରୋଧ କରିଥିଲେ। ପରେ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଦୁହିଁଙ୍କ ଭିତରେ ମାରପିଟ୍, ଠେଲାପେଲା, ଉଚବାଚ ହୋଇଥିଲା। ମାଡ଼ପିଟ୍‌ରେ ଇନ୍ଦୁମତୀଙ୍କ ମୁଣ୍ଡ ଫାଟି ଯାଇଛି।

ଶିକ୍ଷୟିତ୍ରୀମାନଙ୍କ ଏଭଳି ଅଶୋଭନୀୟ ଅଚରଣ ଓ କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକେ ପହଞ୍ଚି ନିନ୍ଦା କରିଥିଲେ ଏବଂ ସ୍କୁଲ ବନ୍ଦ କରି ଦେଇଥିଲେ। ପରେ ଏତଲା କ୍ରମେ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.